Site icon Odisha.com

୧୮ରେ ଜାତୀୟ ମାନବାଧିକାର କମିଶନ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୧୮ ତାରିଖରେ ଜାତୀୟ ମାନବାଧିକାର କମିଶନ ଅଧ୍ୟକ୍ଷ ତଥା ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି କେ.ଜି.ବାଲକ୍ରିଷ୍ଣନ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।

ଏହି ଗସ୍ତ ସମୟରେ ସେ ବହୁ ଦିନରୁ ପଡ଼ି ରହିଥିବା ବିଭିନ୍ନ ବିଭାଗର ୬୬ଟି ମାନବାଧିକାର ଉଲଂଘନ ମାମଲାର ଶୁଣାଣି କରିବେ । କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଖାଦ୍ୟ ନିରାପତ୍ତା ସଂପର୍କୀୟ ଦୁଇଟି ମାମଲାର ମଧ୍ୟ ଶୁଣାଣି କରିବେ ।

ସେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ଵାରା ଆୟୋଜିତ ଏକ କର୍ମଶାଳରେ ଉଦବୋଧନ ବେତାର କାର୍ଯ୍ୟକ୍ରମ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

୧୮ ଓ ୧୯ରେ ହେବାକୁ ଥିବା ଏହି ଶୁଣାଣିକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ଗୁରୁବାର ସମସ୍ତ ବିଭାଗର ସଚିବ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version