Site icon Odisha.com

ବଣ୍ଟନ ବ୍ୟବସ୍ଥାରେ ଷ୍ଟୋରେଜ ଏଜେଣ୍ଟ ଉଚ୍ଛେଦ ନିଷ୍ପତ୍ତି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୩(ଓଡ଼ିଶା ଡ଼ଟ୍ କମ୍) ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ତଥା କଳାବଜାରୀ ବନ୍ଦ କରିବା ଉଦ୍ଦେଶ୍ୟରେ ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ୱାଧା କମିଶନଙ୍କ ସୁପାରିଶକୁ ଭିତ୍ତି କରି ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ବଣ୍ଟନ ବ୍ୟବସ୍ଥାକୁ ରାଜନୈତିକ ହସ୍ତକ୍ଷେପ ମୁକ୍ତ କରାଯିବ ।

ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଷ୍ଟୋରେଜ ଏଜେଣ୍ଟ ବ୍ୟବସ୍ଥା ଉଚ୍ଛେଦ କରାଯିବ ଓ ଯୋଗାଣ ନିଗମ ଏହି ବଣ୍ଟନ ବ୍ୟବସ୍ଥାର ଦାୟୀତ୍ୱ ବହନ କରି ଅପ୍ରେଲ ୧ ଠାରୁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରିବ ।

ରାଜ୍ୟରେ କେନ୍ଦ୍ରୀୟ ଖାଦ୍ୟ ପତ୍ତା ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ କମିଶନ ସୁପାରିଶକୁ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ବଣ୍ଟନ ବ୍ୟବସ୍ଥାର ସୁପରିଚାଳନା  ତଥା ତଦାରଖ  ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯିବ । ଗ୍ରାମ ପଞ୍ଚାୟତ ଗୁଡ଼ିକ ନିଜ ଗେ।ଦାମରେ ଏହି ସାମଗ୍ରୀ ଗୁଡ଼ିକୁ ଉଚିତ୍ ମୂଲ୍ୟରେ ଲୋକଙ୍କୁ ବିକ୍ରି କରିବେ ।

ବର୍ତ୍ତମାନ ୮୫୨ ଜଣ ଷ୍ଟୋରେଜ ଏଜେଣ୍ଟ, ୨୬୮୦୪ ରିଟେଲ ଦୋକାନ, ୫୩ଟି ମୈତ୍ରୀ ଦୋକାନ, ପଞ୍ଚାୟତ ଜରିଆରେ ୩୬୪୪ଟି ଦୋକାନ, ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ୭୪୧୦ଟି ରିଟେଲ ଆଉଟଲେଟ ଏବଂ ୭୧୯ଟି ସମବାୟ ସଂସ୍ଥା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ଆବଶ୍ୟକ ବଣ୍ଟନ ସାମଗ୍ରୀ ଦିଆଯାଉଛି ।

ବ୍ୟବସ୍ଥାର ପରିଚାଳନା ପାଇଁ ଯୋଗାଣ ବିଭାଗକୁ ଦୁଇ ହଜାର କର୍ମଚାରୀର ଆବଶ୍ୟକତା ରହିଥିବା ବେଳେ ପଞ୍ଚାୟତ ସ୍ତରରେ ଗେ।ଦାମ ନିର୍ମାଣ ପାଇଁ ଆସନ୍ତା ବଜେଟ୍ରେ ପାଞ୍ଚ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ପାଞ୍ଚ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version