Site icon Odisha.com

ଅବସରପ୍ରାପ୍ତ ଅଭିଜ୍ଞ ଶିକ୍ଷକଙ୍କୁ ହାଇସ୍କୁଲରେ ସାମୟିକ ନିଯୁକ୍ତି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଥିବା ସମସ୍ତ ସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ଅବସରପ୍ରାପ୍ତ ଅଭିଜ୍ଞ ଶିକ୍ଷକଙ୍କୁ ସାମୟିକ ନିଯୁକ୍ତି ଦେବାକୁ ସରକାର ଯୋଜନା କରିଛନ୍ତି ।

ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଦେବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ ତାହା ସମୟ ସାପେକ୍ଷ ହୋଇଥିବାରୁ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଉକ୍ତ ଶିକ୍ଷକଙ୍କ ପାରିଶ୍ରମିକ ବାବଦରେ ପ୍ରତ୍ୟେକ ପାଠ ପଢା ପିରିୟଡ଼ ପାଇଁ ସେହି ଶିକ୍ଷକଙ୍କୁ ୧୫୦ ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ପ୍ରାୟ ୪୫ ହଜାର ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଅଛନ୍ତି । ସେମାନଙ୍କୁ ମଧ୍ୟରୁ ପ୍ରାୟ ଦଶ ହଜାର ଶିକ୍ଷକ ଗତ ଦୁଇ ବର୍ଷ ମଧ୍ୟରେ ଅବସର ଗ୍ରହଣ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version