Site icon Odisha.com

ଦୈନିକ ୨୫ଟଙ୍କା ଦରମାରେ ଚାକିରୀ କରୁଛନ୍ତି ଶିକ୍ଷକ

 

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଜାନୁୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲାର ଏକ ହାଇସ୍କୁଲରେ ଜଣେ ଶିକ୍ଷକ ଦୈନିକ ୨୫ ଟଙ୍କା ଦରମାରେ ଦୀର୍ଘ ୩୦ ବର୍ଷ ହେଲା ଛାତ୍ରଛାତ୍ରୀଙ୍କୁ ସଙ୍ଗୀତ ଶିଖାଇ ଆସୁଛନ୍ତି ।

ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗପାଳ ସ୍ଥିତ ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲର ଶିକ୍ଷକ ପ୍ରମୋଦ କୁମାର ଦ।ସ ୫୪, ଆସନ୍ତା ୨୦୧୨ରେ ଅବସର ଗ୍ରହଣ କରିବାକୁ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିୟମିତ ଦରମା ପାଇ ନାହାନ୍ତି ।

୩୦ ବର୍ଷ ଧରି ମାସକୁ ୭୫୦ ଟଙ୍କା ଦରମା ପାଇ ଗ୍ରାମାଞ୍ଚଳର ଜଣେ ଶିକ୍ଷକ ନିଜ ପରିବାର ଚଳାଇବା ଅସମ୍ଭବ ବୋଲି ପ୍ରମୋଦ କହିଛନ୍ତି ।

“ସ୍କୁଲ ପରିଚାଳନା କମିଟି ସଦସ୍ୟ ମାନେ ୧୯୮୦ରେ ସଙ୍ଗୀତ ଶିକ୍ଷକ ଭାବେ ମୋତେ ସ୍କୁଲରେ ନିଯୁକ୍ତି ଦେଇଥିଲେ ଓ
ତିନି ବର୍ଷ ମଧ୍ୟରେ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏହି ପଦବୀ ମଞ୍ଜୁରୀ ପାଇବ ବୋଲି କହିଥିଲେ” ସେ କହିଛନ୍ତି ।

“ତେବେ କର୍ତ୍ତୃପକ୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପଦବୀ ମଞ୍ଜୁର କରିନଥିବାରୁ ନ୍ୟାୟ ପାଇଁ ବିଭିନ୍ନ ସ୍ଥାନକୁ ଦୌଡ଼ୁଛି । ପୂର୍ବରୁ ମାସକୁ ୫୦୦ ଟଙ୍କା ଦରମା ପାଉଥିଲି ଓ ୨୦୦୦ ମସିହାରୁ ମାସକୁ ୭୫୦ ଟଙ୍କା ଦରମା ପାଉଛି” ସେ କହିଛନ୍ତି ।

ବିଭାଗୀୟ କର୍ତ୍ତୃପକ୍ଷ ଶିକ୍ଷକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ ସଙ୍ଗୀତ ଶିକ୍ଷା ବୋ ପାଇଁ ମୁଁ କଠିନ ପରିଶ୍ରମ କରିଆସିଛି ।

ଦରମା ପାଇବା ପାଇଁ ପ୍ରମୋଦ ଅଦାଲତର ଦ୍ଵାରସ୍ଥ ହୋଇ ଆଇନ ସହ ଲଢେଇ କରୁଛନ୍ତି । ବର୍ତ୍ତମାନ ପୂରା ଦରମା
ପାଇବା ତାଙ୍କ ପକ୍ଷେ କଷ୍ଟକର ବ୍ୟାପାର ବୋଲି ଜିଲ୍ଲା ଶିକ୍ଷକ ସଂଘର ସଭାପତି ରବି ସତପଥୀ କହିଛନ୍ତି ।

ଅର୍ଥ ଅଭାବରୁ ଚାରି ଜଣ ପୁଅଝିଅଙ୍କୁ ପାଠପଢାଇ ପାରିଲି ନାହିଁ । ତେଣୁ ଦୁଇ ବର୍ଷ ତଳେ ଝିଅର ବାହାଘର ପାଇଁ ଦୁଇ ଏକର ଜମି ବିକ୍ରି କରିଥିଲି, ପ୍ରମୋଦ କହିଛନ୍ତି |

କଟକ କନ୍ଧର୍ବ କଲେଜରୁ ସଙ୍ଗୀତରେ ସ୍ନାତକ ପାସ୍ କରିବା ପରେ ମୁଁ ଓଡ଼ିଶୀ ସଙ୍ଗୀତରେ ମଧ୍ୟ ସ୍ନାତକ ଡ଼ିଗ୍ରୀ ହାସଲ କରିଥିଲି । ୧୯୯୭ରେ ଏନ୍ସିଇଆର୍ଟି ସଙ୍ଗୀତ ଶିକ୍ଷକ ତାଲିମ ପାଇଁ ଆସାମ ଓ ବିହାର ପଠାଇଥିଲେ , ସେ କହିଛନ୍ତି ।

ସଙ୍ଗୀତ ଶିକ୍ଷାରେ ୧୪ ବର୍ଷର ଅଭିଜ୍ଞତା ଥିବା ତଥା ହାଇସ୍କୁଲରେ କାର୍ଯ୍ୟ କରୁଥିବାରୁ ଶିକ୍ଷା କୋଡ଼ ଅନୁସାରେ ଅନ୍ୟ ଶିକ୍ଷକଙ୍କ ଭଳି ଦରମା ପାଇବାକୁ ସେ ଯୋଗ୍ୟ, କେନ୍ଦ୍ରାପଡ଼ାର ଆଇନଜୀବୀ ଉମେଶ ସିଂହ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version