Site icon Odisha.com

ଓଡ଼ିଶାର ଗରିବି, ଭ୍ରଷ୍ଟାଚାର ଉଦଵେଗ ଜନକ: ଗଡ଼କରୀ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାର ଗରିବି ଓ ଭ୍ରଷ୍ଟାଚାର ଉଦଵେଗ ଜନକ ବୋଲି ଭାରତୀୟ  ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ୍ ଗଡ଼କରୀ ଭୁବନେଶ୍ୱରରେ କହିଛନ୍ତି ।

କେନ୍ଦ୍ର ଶାସନ ଦ।ୟୀତ୍ୱରେ ଥିବା ୟୁପିଏ ସରକାର ଓଡ଼ିଶାକୁ ଅବହେଳା କରିବା ଯେତିକି ଦୁର୍ଭାଗ୍ୟଜନକ ଓଡ଼ିଶା ଶାସନ  ଦ।ୟୀତ୍ୱରେ ଥିବା ନବୀନ ସରକାରଙ୍କ ଅପାରଗତା ସେତିକି ଦୁଃଖଦାୟକ , ମଙ୍ଗଳବାର ଆୟୋଜିତ ସାମ୍ବାଦିକ  ସମ୍ମିଳନୀରେ ସେ କହିଛନ୍ତି ।

ଓଡ଼ିଶା ଶେଷରେ ସବୁଠାରୁ ଖଣିଜ ପଦର୍ଥ ସମୃଦ୍ଧ ରାଜ୍ୟ ମାତ୍ର ସେଗୁଡ଼ିକର ସବିନିଯୋଗ ହେଉ ନାହିଁ ତେଣୁ ଓଡ଼ିଶାର  ମୁଣ୍ଡପିଛା ଆୟ ବଢୁ ନାହିଁ । ଜମି ଅଧିଗ୍ରହଣ ସ୍ତରରେ ସଂପୃକ୍ତ ଜମି ମାଲିକଙ୍କୁ ବଜାର ଦରରେ କ୍ଷତିପୂରଣ ପ୍ରଦାନ  କରାଯିବା ଉଚିତ୍ । ଖଣି ଖାଦାନ ପାଇଁ ସରକାର ନିର୍ଦ୍ଧିଷ୍ଟ ନୀତି ପ୍ରସ୍ତୁତ କରିବା ମଧ୍ୟ ଜରୁରୀ ।

କେବିକେ ଅଞ୍ଚଳର ଲୋକମାନେ ଅବହେଳିତ ହେଉଛନ୍ତି । ଏହି ଅଞ୍ଚଳରେ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ ନାଁରେ  ନବୀନ ପଟ୍ଟନାୟଙ୍କ ସରକାର କୋଟିକୋଟି ଟଙ୍କା ଲୁଟ୍ କରିଛି । ସରକାର ଜମି ଦୂର୍ନୀତି, ଖଣି ଦୁର୍ନୀତିରେ ଜଡ଼ିତ ଥିବା  ବେଳେ ଘରୋଇ କମ୍ପାନୀଙ୍କୁ ଅନୁକମ୍ପା ପ୍ରଦର୍ଶନ କରି ଆଇନ ଉଲଂଘନ କରିଛି, ସେ କହିଛନ୍ତି ।

ରାଜ୍ୟରେ ବହୁ ଅଘଟଣ ତଥା ଜନବିରୋଧି କାର୍ଯ୍ୟ ହେଉଥିବା ବେଳେ ଜାତୀୟ ସ୍ତରରେ ତାହା ପ୍ରତିଫଳିତ ହେଉନାହିଁ  ଯାହା ଫଳରେ ଜାତୀୟ ସ୍ତରର ନେତା ତଥା ରାଜନୈତିକ ଦଳ ତାହା ଜାଣି ପାରୁ ନାହାନ୍ତି । ଏଣିକି ତଥ୍ୟ ମିଳିଲେ ବିଜେପି ସାଂସଦମାନେ ସଂସଦରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ, ସେ କହିଛନ୍ତି ।

ଗୁଜୁରାଟର କୃଷି ଅଭିବୃଦ୍ଧି ହାର ୧୪ ପ୍ରତିଶତ ହୋଇଥିବା ବେଳେ ମହରାଷ୍ଟ୍ରରେ ଏହା ୪.୫ ପ୍ରତିଶତ । ଏକ୍ଷେତ୍ରରେ  ଓଡ଼ିଶାର ପରିସଂଖ୍ୟାନ ୨.୬ ପ୍ରତିଶତ । ଏହା ୧୦ ପ୍ରତିଶତ ନହେଲେ କୃଷକଙ୍କ ଗରିବି ହଟିବ ନାହିଁ ।

ଜଙ୍ଗଲ ସାମଗ୍ରୀକୁ ମୂଲ୍ୟଯୁକ୍ତ କରିବା , ଆତ୍ମ ନିଯୁକ୍ତି ସୃଷ୍ଟି କରିବା ଉପରେ ମଧ୍ୟ ଓଡ଼ିଶା ସରକାରଙ୍କ ସ୍ଥାଣୁତାକୁ ସେ  ସମାଲୋଚନା କରିଥିଲେ । ଆଗାମୀ ଦିନରେ ବିଜେଡ଼ି ସହିତ କୌଣସି ପରିସ୍ଥିତିରେ ବିଜେପି ମେଣ୍ଟ କରିବ ନାହିଁ ବୋଲି ସେ କହିଛନ୍ତି ।

ବିଜେପି କର୍ମୀଙ୍କୁ ମାଓବାଦୀ ଭାବରେ ପରିଗଣିତ କରି ହତ୍ୟା କରାଯିବା ଯେତିକି ଦୁର୍ଭାଗ୍ୟଜନକ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ  ହତ୍ୟାକାରୀଙ୍କୁ ଗିରଫ କରାନଯିବା ତାଠାରୁ ଅଧିକ ଗର୍ହିତ କାର୍ଯ୍ୟ । ପୋସ୍କୋ ସଂପର୍କରେ ହାଇକୋର୍ଟ ଦେଇଥିବା ରାୟକୁ  ବିଜେପି ସ୍ୱାଗତ କରୁଛି, ବିଜେଡ଼ି ସରକାର ମଧ୍ୟ ତାହାକୁ ସମ୍ପାଦାନ ଦେବା ଭଲ ହେବ ବୋଲି ସେ କହିଥିଲେ ।

ଓଡିଶା ଡଟ୍ କମ୍

Exit mobile version