Site icon Odisha.com

ବିପିଏଲ୍ ପରିବାରକୁ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ବିପିଏଲ୍ ପରିବାର ଗୁଡ଼ିକୁ ବର୍ଷକୁ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମାର୍ଭୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ବିପିଏଲ୍ ପରିବାରକୁ ଚିକିତ୍ସା କ୍ଷେତ୍ରରେ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ଏମ୍ ଏନ୍ଆର୍ଇଜିଏ ଯୋଜନା ହିତାଧିକାରୀ ଓ ନିର୍ମାଣ ଶ୍ରମିକଙ୍କୁ ମଧ୍ୟ ଏହି ସୁବିଧା ମିଳିବ ।

ଏହି ଯୋଜନାରେ ଅର୍ନ୍ତଭୁକ୍ତ ହେବା ପାଇଁ ପ୍ରତି ବିପିଏଲ୍ ପରିବାରକୁ ପଞ୍ଜିକୃତ କରିବାକୁ ୩୦ ଟଙ୍କା ଦେଇ ବାୟୋ ମେଟ୍ରିକ କାର୍ଡ଼ ସଂଗ୍ରହ କରିବାକୁ ପଡ଼ିବ ।

ପ୍ରିମିୟମ ବାବଦରେ ସରକାର ପ୍ରତ୍ୟେକ ପରିବାର ପିଛା ୪୮୦ ଟଙ୍କା ପ୍ରଦାନ କରିବେ ଓ ହୀତାଧିକାରୀ ନିଜେ କିମ୍ବା ପରିବାରର ୫ ଜଣ ସଦସ୍ୟ ବର୍ଷକୁ ୩୦ ହଜାର ଟଙ୍କାର ବୀମା ସୁବିଧା ପାଇପାରିବେ ।

ବୀମାଭୁକ୍ତ ବିପିଏଲ୍ ପରିବାର ରାଜ୍ୟର ୪୩୫ଟି ସରକାରୀ ଓ ୧୨ଟି ବେସରକାରୀ ଡ଼ାକ୍ତାଖାନାରେ ଚିକିତ୍ସିତ ହୋଇପାରିବେ । ସ୍ୱାସ୍ଥ୍ୟବୀମା କାର୍ଡ଼ ବଣ୍ଟନରେ ସ୍ୱଚ୍ଛତା ଆଣିବା ପାଇଁ ପଞ୍ଚାୟତ ସ୍ତରରେ ସଂପ୍ରସାରଣ ଅଧିକାରୀଙ୍କୁ ଏହି କାର୍ଯ୍ୟରେ ସାମିଲ କରିବାକୁ ନିଷ୍ପତ୍ତି ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version