Site icon Odisha.com

ପୋଲିସ ଅଧିକାରୀଙ୍କୁ ମାଡ଼, ସାଂସଦଙ୍କ ନାଁରେ ମାମଲା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ଜାନୁୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ଜଣେ କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶାସକ ବିଜେଡ଼ି ଦଳର ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ରବିବାର ମାମଲା ରୁଜୁ ହୋଇଛି ।

ସୁବାଷ ବୋଷ ଜୟନ୍ତୀ ଅବସରରେ କଟକ ସ୍ଥିତ ନେତାଜୀ ସଂଗ୍ରହାଳୟ ଭିତରକୁ ଲୋକଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ସାଂସଦଙ୍କ ସମର୍ଥକଙ୍କୁ ଭିତରକୁ ନଛାଡ଼ିବାରୁ ମହତାବ ତାଙ୍କୁ ମାଡ଼ ମାରିଥିବା ଏସ୍ଆଇ ଅମିତାଭ ମହାପାତ୍ର ସ୍ଥାନୀୟ ରଘାବଜାର ଥାନାରେ ଏତଲା ଦାଏର କରିଛନ୍ତି ।

ନେତାଜୀଙ୍କ ୧୧୪ତମ ଜୟନ୍ତୀ ଅବସରରେ ସଂଗ୍ରହାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଯାଇଥିବା ବେଳେ ଏହାର କିଛି ସମୟ ପରେ ଏହି ଘଟଣା ଘଟିଛି ।

“ଏକ ଛୋଟ ରାସ୍ତାରେ ମୁଖ୍ୟମନ୍ତ୍ରୀ ସଂଗ୍ରହାଳୟ ଭିତରକୁ ପ୍ରବେଶ କରିଥିଲେ । ମହତାବ ତାଙ୍କ ସମର୍ଥକଙ୍କ ସହ ସେଠାରେ ପହଞ୍ଚି ଭିତରକୁ ଯିବାକୁ ଚାହିଁଥିଲେ” ରଘାବଜାର ଥାନା ଅଧିକାରୀ ଏସ୍.କେ. ଦାଶ କହିଛନ୍ତି ।

ସେହି ସମାନ ରାସ୍ତାରେ ମହତାବଙ୍କୁ ଭିତରକୁ ଯିବାକୁ ଦିଆଯାଇଥିଲା । କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାଙ୍କ ସମର୍ଥକଙ୍କୁ ଭିତରକୁ ଯିବାକୁ ଦିଆଯାଇନଥିଲା । ଏଥିରେ ଊତ୍ୟତ୍କ ହୋଇ ସାଂସଦ ସଂପୃକ୍ତ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ । ମହତାବଙ୍କ ବିରୋଧରେ ଆମେ ଏକ ମାମଲା ରୁଜୁ କରିଛୁ, ସେ କହିଛନ୍ତି ।

“ଏ ସଂପର୍କରେ ଅଭିଯୋଗ ପାଇଛୁ ଏବଂ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛ” ଡ଼ିସିପି ଅମିତେନ୍ଦ୍ର ନାଥ ସିହ୍ନା ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି । ଘଟଣା ସଂପର୍କରେ ଭର୍ତ୍ତୃହରି ମହତାବଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଓଡ଼ିଶା ଡ଼ଟ୍ କମ୍

Exit mobile version