Site icon Odisha.com

ପ୍ରତି ପଞ୍ଚାୟତରେ ପୁଷ୍ଟିହୀନତା ପରିବାର ଚିହ୍ନଟ ପାଇଁ ନିଷ୍ପତ୍ତି

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ପୁଷ୍ଟିହୀନତା ରୋକିବା ପାଇଁ ପ୍ରତି ଗ୍ରାମପଞ୍ଚାୟତରେ କେତେ ଜଣ ପୁଷ୍ଟିହୀନତା ପରିବାର ଅଛନ୍ତି ସେ ସଂପର୍କରେ ସର୍ଭେ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଚିହ୍ନଟ ପରିବାରକୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯିବ । ଏହାସହ ଜରୁରୀକାଳୀନ ରନ୍ଧନ ଖାଦ୍ୟ ଯୋଗାଣ କେନ୍ଦ୍ର ବୃଦ୍ଧି ସହ ଆଠ ହଜାର ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିବାକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁଷ୍ଟିକର ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟର ସମସ୍ତ କିଶୋରୀ ମାନଙ୍କୁ ଲୌହସାର ଓ କ୍ୟାଲସିୟମ ବଟିକା ଯୋଗାଇ ଦିଆଯିବ । ଏହି ବଟିକା ସପ୍ତାହକୁ ଗୋଟିଏ ଏବଂ ବର୍ଷକୁ ୫୨ଟି ଦିଆଯିବ ।

ଏଣିକି ଅଙ୍ଗନୱାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଶିଶୁ ଖାଦ୍ୟ ମହଜୁଦ ରଖିବା ପାଇଁ ଏକ ଗୋଦମ ଘର ନିର୍ମାଣ କରାଯିବ । ପୁଷ୍ଟିହୀନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ଗ୍ରାମ୍ୟ ଉନ୍ନୟନ, ବ୍ୟିାଳୟ ଗଣଶିକ୍ଷା ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ୱୟ ରଖାଯିବ ।

ସ୍ୱାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଏଏନ୍ଏମ୍ ଓ ସୁପରଭାଇଜର ମାନେ ଗାଁ ଗାଁ ବୁଲି ପିଲାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଓ ପ୍ରତି ପାଞ୍ଚ ବର୍ଷର ପିଲାଙ୍କୁ ଆଇଏଏଫ୍ ସିରଫ ଦିଆଯିବ ।

ଓଡିଶା ଡଟ୍ କମ୍

Exit mobile version