Site icon Odisha.com

ସୁରକ୍ଷା ପ୍ରତିଶୃତି ପରେ ଓଡ଼ିଶା ଫେରିଲେ ଆଫ୍ଗାନ ଛାତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା

ଭୁବନେଶ୍ୱର, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଗଣ୍ଡଗୋଳ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାଡ଼ି ଯାଇଥିବା ୫୯ ଜଣ ଆଫ୍ଗାନ ଛାତ୍ର ମଙ୍ଗଳବାର ଭୁବନେଶ୍ୱର ଫେରି ଆସିଛନ୍ତି ।

ଉଚ୍ଚଶିକ୍ଷା ବିଭାଗ ଓ ପୋଲିସ ପକ୍ଷରୁ ସୁରକ୍ଷାର ପ୍ରତିଶୃତି ଦେବା ପରେ ସେମାନେ ଦିଲ୍ଲୀରୁ ଫେରି ଆସିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନରେ ପହଂଚିବା ପରେ ସେମାନଙ୍କୁ ଏକ ସ୍ୱତନ୍ତ୍ର ବସ୍ରେ ପୋଲିସ ସୁରକ୍ଷା ମଧ୍ୟରେ ଅଣାଯାଇଛି ।

ସେମାନେ ଭୁବନେଶ୍ୱରରେ ରହି ବସ୍ ଯୋଗେ ବିଶ୍ୱବିଦ୍ୟାଳୟ ଯିବେ । ଏଥିପାଇଁ ସରକାର ଖର୍ଚ୍ଚ ବହନ କରିବେ ବୋଲି ନିଷ୍ପତ୍ତି ହୋଇଛି । ଛାତ୍ରମାନେ ଯେଉଁସବୁ କ୍ଲାସ କରିପାରି ନାହାନ୍ତି ସେଗୁଡ଼ିକ ପୁଣିଥରେ କରିବାର ବ୍ୟବସ୍ଥା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।

ଗତ ୧୩ ତାରିଖରେ ସ୍ଥାନୀୟ ଛାତ୍ର ଓ ଆଫଗାନ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ଜଣେ ଆଫଗାନ ଛାତ୍ର ଆହତ ହେବା ପରେ ନିଜକୁ ଅସୁରକ୍ଷତି ମନେକରି ଛାତ୍ରମାନେ ଗତ ମଙ୍ଗଳବାର ଦିଲ୍ଲୀ ଚାଲିଯାଇଥିଲେ ।

ଏହାପରେ ସରକାରଙ୍କ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଦିଲ୍ଲୀ ଯାଇ ସଂପୃକ୍ତ ଛାତ୍ର ଓ ଆଫ୍ଗାନ ଦୁତାବାସ ଅଧିକାରୀଙ୍କ ସହ
ଆଲୋଚନା କରିଥିଲେ ।

ଓଡିଶା ଡଟ୍ କମ୍

Exit mobile version