ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ବସ୍ତି ଉଚ୍ଛେଦକୁ ନେଇ ଶନିବାର ସ୍ଥାନୀୟ ବାସିନ୍ଦା ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି ।
ଆଠ ନମ୍ବରରେ ଥିବା ମାଁ ନାରାୟଣୀ ବସ୍ତି ଉଚ୍ଛେଦ କରିବାକୁ ସକାଳୁ ବିଏମ୍ ସି, ବିଡ଼ିଏ ଓ ସାଧାରଣ ପ୍ରଶାସନ ବିଭାଗ ଅଧିକାରୀ ପୋଲିସ ସହ ଯାଇଥିବା ବେଳେ ଲୋକମାନେ ସେମାନଙ୍କୁ ବିରୋଧ କରିଥିଲେ ।
ବହୁ ଦିନରୁ ସେଠାରେ ରହିଆସୁଥିବାରୁ ଜାଗା ଛାଡ଼ି ଯିବୁ ନାହିଁ ବୋଲି ବସ୍ତିବାସିନ୍ଦାମାନେ ଜିଦ ଧରିଥିଲେ ଫଳରେ ପୋଲିସ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲା । ଲୋକମାନେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ।
ଘଟଣା ସ୍ଥଳରେ ପାଞ୍ଚପ୍ଲାଟନୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୂର୍ବରୁ ବହୁବାର ବସ୍ତି ଉଚ୍ଛେଦ କରିବାକୁ ଆସିଥିଲେ ମଧ୍ୟ ଲୋକଙ୍କ ବିରୋଧ ଯୋଗୁଁ ବିଭାଗୀୟ ଅଧିକାରୀମାନେ ବିଫଳ ହୋଇଥିଲେ ।
ଓଡିଶା ଡଟ୍ କମ୍
Leave a Reply