Site icon Odisha.com

ପୋଲିସ ଆଧୁନିକୀକରଣ ପାଇଁ ୧୧୯ କୋଟି ବ୍ୟୟ ଅଟକଳ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଆର୍ଥିକ ବର୍ଷରେ ରାଜ୍ୟରେ ପୋଲିସ ଅଧୁନିକୀକରଣ ପାଇଁ ୧୧୯ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି ।

ଏସଂପର୍କିତ ପ୍ରସ୍ତାବ ଖୁବ୍ଶିଘ୍ର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ ବୋଲି ଶନିବାର ପୋଲିସ ଅଧୁନିକୀକରଣ ସଂପର୍କିତ ବୈଠକରେ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି ।

ଗତବର୍ଷ କେନ୍ଦ୍ର ସରକାର ଦେଇଥିବା ୭୦ କୋଟି ଟଙ୍କାରୁ ପୋଲିସ ଅଧୁନିକୀକରଣ ବାବଦରେ ପ୍ରାୟ ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇସାରିଛି । ଆସନ୍ତା ବର୍ଷ ପାଇଁ ପ୍ରସ୍ତାବିତ ଖର୍ଚ୍ଚ ଅଟକଳରେ ଗୃହ ନିର୍ମାଣ, ଅସ୍ତ୍ରଶସ୍ତ୍ର କିଣାରେ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version