Site icon Odisha.com

୭୫ ବର୍ଷ ବୟସରେ ସ୍କୁଲରେ ପାଠ ପଢାଉଛନ୍ତି ବୃଦ୍ଧା

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଜାନୁୟାରୀ ୩୦(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲର ଏକ ସ୍କୁଲରେ ପିଲା ମାନଙ୍କୁ ପାଠ ପଢାଉଛନ୍ତି ଜଣେ ୭୫ ବର୍ଷ ବୟସ୍କା ବୃଦ୍ଧା ।

ପାର୍ବତୀ ମହାନ୍ତି ଆଳି ବ୍ଲକ ଅନ୍ତର୍ଗତ ପାଟପୁର ପ୍ରାଥମିକ ସ୍କୁଲରେ ୧୯୬୦ ମସିହାରୁ ଓଡ଼ିଆ ଓ ଗଣିତ ବିଷୟ ପଢାଇ ଆସୁଛନ୍ତି । ନିଜର ଆତ୍ମ ବିଶ୍ୱାସ ଓ ପରିଶ୍ରମ ଯୋଗୁଁ ସେ ନାତି ବୟସର ପିଲା ମାନଙ୍କୁ ପଢାଉଛନ୍ତି ।

“”ସେ ପଢାଉଥିବା ବେଳେ ଆପଣ ତାଙ୍କୁ ବାଧା ଦେଇ ପାରିବେ ନାହିଁ” ସ୍କୁଲ ପ୍ରଧାନଶିକ୍ଷକ ପିତାମ୍ବର ଦ।ସ କହିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ପାର୍ବତୀ ନାତି ନାତୁଣି ବୋଲି ଡ଼ାକିଥାନ୍ତି ।

ପ୍ରାୟତଃ ଛାତ୍ରଛାତ୍ରୀମାନେ ଗଣିତ ବିଷୟ ପ୍ରତି ଆଗ୍ରହ ପ୍ରକାଶ କରନ୍ତି ନାହିଁ ତେଣୁ ସେ ଏମାନଙ୍କୁ କ୍ଷ୍ୟୁଦ୍ର ଗଳ୍ପ ଓ ଗପ କହି ବୁଝାଇଥାନ୍ତି । ସେ ଜିଲ୍ଲାର ସବୁଠୁ ବୟସ୍କ ଶିକ୍ଷୟତ୍ରୀ|

ସେ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ସହ ସ୍କୁଲରେ ଭୋଜନ କରିଥାନ୍ତି । ବେଳେବେଳେ ସ୍କୁଲ ଶିକ୍ଷକ ଓ ଅଭିଭାବକମାନେ ତାଙ୍କୁ ଖାଦ୍ୟ ଓ ପୋଷାକ ପତ୍ର ଦେଇଥାନ୍ତି, ଦାସ କହିଛନ୍ତି ।

ରାଜ୍ୟରେ ଥିବା ହଜାର ହଜାର ଶିକ୍ଷକଙ୍କ ଠାରୁ ସେ ବୟସରେ ବଡ଼ ହେଲେ ମଧ୍ୟ ବିନା ପାରିଶ୍ରମିକରେ ସ୍କୁଲରେ ପାଠ ପଢାଉଛନ୍ତି । କାରଣ ତାଙ୍କର ପଦବୀ ଶିକ୍ଷା ବିଭାଗ ଦ୍ୱାରା ଅନୁମୋଦନ ହୋଇପାରିବ ନାହିଁ, ସେ କହିଛନ୍ତି ।

୭୫ ବର୍ଷ ବୟସ ସତ୍ତ୍ୱେ ତାଙ୍କ ଠାରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ, ପାର୍ବତୀଙ୍କୁ ସମ୍ବୋଧନ କରୁଥିବା ଉକ୍ତ ସ୍କୁଲର ପୂର୍ବତନ ଛାତ୍ର ନାରାୟଣ ଲେଙ୍କା, ୫୬ କହିଛନ୍ତି । ତାଙ୍କର ମସ୍ତିଷ୍କ ଏତେ ପ୍ରଖର ଯେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ମଧ୍ୟ ଏହି ବୟସରେ ପିଲା ମାନଙ୍କୁ ଶିକ୍ଷ।ଦାନ କରୁଛନ୍ତି, ସ୍କୁଲର ଶିକ୍ଷୟତ୍ରୀ ସଂଯୁକ୍ତା ରାଉତ କହିଛନ୍ତି ।

ପାର୍ବତୀ ୧୯୬୦ରେ ଏକ ଘରୋଇ ସ୍କୁଲ(ଚାଟଶାଳି)ରେ ପାଠ ପଢାଇବା ଆରମ୍ଭ କରିଥିଲେ । ସେହି ଗ୍ରାମରେ ସରକାର ୧୯୬୪ରେ ଏକ ସ୍କୁଲ ସ୍ଥାପନ କରିଥିଲେ ଓ ଜଣେ ନିୟମିତ ଶିକ୍ଷକ ହେବା ପାଇଁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ନଥିବାରୁ ସ୍ୱେଚ୍ଛାକୃତ ଶିକ୍ଷକ ଭାବେ ସେ ଏଠାରେ କାର୍ଯ୍ୟ କରିଥିଲେ ।

ସେହି ଦି ନ ଠାରୁ ସେ ଏହି ସ୍କୁଲରେ ଅଛନ୍ତି ବୋଲି ଉକ୍ତ ଗ୍ରାମର ସରପଞ୍ଚ ସନାତନ ସାହୁ କହିଛନ୍ତି ।

ବୟସାଧିକ ସତ୍ତ୍ୱେ ସ୍କୁଲ ଶିକ୍ଷକମାନେ ଯଦି ମୋ ପାଠପଢାରେ ସନ୍ତୁଷ୍ଟ ଅଛନ୍ତି ତେବେ ମୁଁ ସ୍କୁଲ ଛାଡ଼ିବାକୁ ସେମାନେ ଚାହିଁବେ ନାହିଁ ବୋଲି ପାର୍ବତୀ କହିଛନ୍ତି ।

“”ସେ ମତେ ଏବଂ ମୋ ବାପାଙ୍କୁ ପାଠ ପଢାଇଛନ୍ତି । ସେ ବହୁତ କଡ଼ା କିନ୍ତୁ ତାଙ୍କ ପାଠପଢା ଶୈଳୀ ଆମକୁ ଭଲ ଲାଗେ । ସ୍କୁଲ ପ୍ରଧାନଶିକ୍ଷକଙ୍କ ସମେତ ଏକାଧିକ ଶିକ୍ଷକ ତାଙ୍କର ଛାତ୍ର” ୧୯୭୬ରେ ପାସ୍ କରିଥିବା ଏହି ସ୍କୁଲର ରମେଶ ଜେନା କହିଛନ୍ତି ।

ଗ୍ରାମବାସୀମାନେ ପାର୍ବତୀଙ୍କୁ ବହୁତ ସମ୍ମାନ ଦିଅନ୍ତି । “”ମୁଁ ଯେବେ ଥକି ଯିବି ସେତେବେଳେ ପଢାଇବା ବନ୍ଦ କରିବି, ବର୍ତ୍ତମାନ ଥକିଯାଇ ନାହିଁ, ଛୋଟ ପିଲାଠାରୁ ମୋର ଶକ୍ତି ଅଧିକପାର୍ବତୀ କହନ୍ତି ।

ସେ ଗାଁରେ ଏକ କୁଡ଼ିଆ ଘରେ ରହୁଥିବା ବେଳେ ପାଞ୍ଚ ବର୍ଷ ପୂର୍ବେ ତାଙ୍କ ସ୍ୱାମୀ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଦୁଇ ଝିଅ ଗାଁ ଠାରୁ କିଛି ଦୂରରେ ଶ୍ୱଶୂର ଘରେ ରହୁଛନ୍ତି ।

ଓଡିଶା ଡଟ୍ କମ୍

Exit mobile version