Site icon Odisha.com

ପୋସ୍କୋକୁ ପରିବେଶ ମଞ୍ଜୁରୀ ବିରୋଧରେ ସମାବେଶ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପକୁ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ମଞ୍ଜୁରୀ ଦେବାକୁ ବିରୋଧ କରି ପ୍ରକଳ୍ପ ବିରୋଧିମାନେ ମଙ୍ଗଳବାର ଏକ ସମାବେଶର ଆୟୋଜନ କରିଛନ୍ତି ।

ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଢିଙ୍କିଆ ପଞ୍ଚାୟତର ପାଟଣା ଗ୍ରାମରେ ଆୟୋଜିତ ଏହି ସମାବେଶରେ ବିଭିନ୍ନ ବିସ୍ଥାପନ ବିରୋଧି ସଂଗଠନ ଓ ରାଜନୈତିକ ଦଳ ସାମିଲ ହୋଇଛନ୍ତି ।

ଢିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ଓ ଶିଶୁମାନେ ବ୍ୟାନର ପୋଷ୍ଟର ଧରି ନିଜ ଗ୍ରାମରୁ ଶୋଭାଯାତ୍ରାରେ ବାହାରି ସମାବେଶ ସ୍ଥଳରେ ଏକତ୍ରିତ ହୋଇଛନ୍ତି ।

ଚାଷ କରି ଆମେ ପରିବାର ଚଳାଉଥିବା ବେଳେ ପ୍ରକଳ୍ପ ପାଇଁ କାହିଁକି ଜମି ଦେବୁ । ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କରିବାକୁ ଦିଆଯିବ ନାହିଁ ।

ଗତ ପାଞ୍ଚ ବର୍ଷ ଧରି ଯେମିତି ଆନ୍ଦୋଳନ ଚାଲିଛି ଆଗାମୀ ଦିନରେ ମଧ୍ୟ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତିର ଜଣେ ନେତା କହିଛନ୍ତି ।

ଶାନ୍ତି ଶୃଙ୍ଖଳାର ଶହ ସମାବେଶ ହୋଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ସୋମବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଉକ୍ତ ପ୍ରକଳ୍ପ ପାଇଁ ସର୍ତ୍ତମୂଳକ ମଞ୍ଜୁରୀ ପ୍ରଦାନ କରିଥିଲେ । ୫୧ ହଜାର କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ଗତ ୨୦୦୫ ଜୁନ୍ ୨୨ରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

ଓଡିଶା ଡଟ୍ କମ୍

Exit mobile version