Site icon Odisha.com

ବିଧାୟକଙ୍କ ବାସଭବନରୁ ଛଅ ଅପରାଧି ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଭୁବନେଶ୍ୱରରେ ଜଣେ କଂଗ୍ରେସ ବିଧାୟକଙ୍କ ବାସଭବନରୁ ମଙ୍ଗଳବାର ଛଅ ଜଣ ଅପରାଧିଙ୍କୁ ଗିରଫ କରିଥିବା ପୋଲିସ କହିଛି ।

କୌଣସି ସୂତ୍ରରୁ ଖବର ପାଇ ପୋଲିସ ବିଧାୟକ ରମେଶ ଜେନା ରହୁଥିବା ଏକ ଆପାର୍ଟମେଣ୍ଟରେ ଚଢାଉ କରିଥିଲା । ଏହି ସମୟରେ ଅପରାଧିମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ ଓ ପରେ ପୋଲିସ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା, ପୋଲିସ କମିଶନର ବିଜୟ ଶର୍ମା କହିଛନ୍ତି ।

ଗୁଳିମାଡ଼ରେ କେହି ଆହତ ହୋଇନାହାନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହି ଅପରାଧିମାନେ ଖୋଲାଖୋଲି ବିଧାୟକଙ୍କ ଘରକୁ ଆସୁଥିଲେ, ସେ କହିଛନ୍ତି ।

ତାଙ୍କୁ ଆକ୍ରମଣ କରିବା ପାଇଁ ଉଦ୍ୟମ ହୋଇନଥିଲା ଓ ସେ କୌଣସି ଅପରାଧିଙ୍କୁ ଜାଣି ନାହାନ୍ତି ବୋଲି ଜେନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସାଦା ପୋଷାକଧାରୀ ପୋଲିସଙ୍କୁ ଦେଖି ଅପରାଧି ଆସିଥିବା ସନ୍ଦେହରେ ତାଙ୍କ ସୁରକ୍ଷାକର୍ମୀ ଗୁଳି ଚଳାଇଥିବା ସେ କହିଛନ୍ତି ।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବିଧାୟକ ଜେନା ପୂର୍ବରୁ ଏକ ହତ୍ୟା ମାମଲାରେ ଜାମିନରେ ଅଛନ୍ତି । ବିଧାୟକଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି ।

ଓଡିଶା ଡଟ୍ କମ୍

Exit mobile version