Site icon Odisha.com

ଡ଼ାଲି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଜନସ୍ୱାର୍ଥ ମାମଲା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବହୁ କୋଟି ଟଙ୍କାର ଡ଼ାଲି ଦୁର୍ନୀତିର ସିବିଆଇ ତଦନ୍ତ ଦାବିରେ ଗୁରୁବାର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।

ଏହି ଦୁର୍ନୀତିର ତଦନ୍ତ କରୁଥିବା ରାଜ୍ୟ ଭିଜିଲାନ୍ସ ଉପରେ ବିଶ୍ୱାସ ନାହିଁ ତେଣୁ ସିବିଆଇ ତଦନ୍ତ କରାଯାଉ ବୋଲି ଆଇନଜୀବୀ ଦିଲୀପ ମହାପାତ୍ର ମାମଲା ରୁଜୁ କରିଛନ୍ତି ।

ସରକାରୀ ଯୋଜନାରେ ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଥିବା ଡ଼ାଲି ଯୋଗାଣରେ ଅନିୟମିତତା ହୋଇଥିବା ଗତ ମାସ ଭିଜିଲାନ୍ସ ବିଭାଗ ଜାଣିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା ।

ଘଟଣାର ବହୁତ ଦିନ ବିତିଯାଇଥିଲେ ମଧ୍ୟ ଭିଜିଲାନ୍ସ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଫଳରେ ଏଥିରେ ସଂପୃକ୍ତ ବ୍ୟକ୍ତିମାନେ ତଥ୍ୟ ନଷ୍ଟ କରିବାକୁ ସକ୍ଷମ ହୋଇଯିବେ ତେଣୁ ସିବିଆଇ ତଦନ୍ତ ପାଇଁ ମାମଲା ରୁଜୁ କରିଛି ବୋଲି ମହାପାତ୍ର ସାମ୍ବାଦିକଙ୍କୁ କହିଛନ୍ତି ।

ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା ଏବଂ ପୁଷ୍ଟିକର ଯୋଜନାରେ ଡ଼ାଲି ଯୋଗାଇ ଦେଉଛନ୍ତି । ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇବା ଲକ୍ଷ୍ୟରେ ଏହି ଡ଼ାଲି ରୋଷେଇ କରି ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଛି ।

ଓଡିଶା ଡଟ୍ କମ୍

Exit mobile version