Site icon Odisha.com

ଡ଼ାଲି ଦୁର୍ନୀତି: ବିଜେପି କେନ୍ଦ୍ରୀୟ କମିଟିର ଓଡ଼ିଶା ଗସ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦ ଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ସଂପ୍ରତି ହୋଇଥିବା ମଧ୍ୟାହ୍ନ ଭୋଜନ ଡ଼ାଲି ଦୁର୍ନୀତି ସମସ୍ତ ରାଜ୍ୟବାସୀଙ୍କୁ ହତଚକିତ କରିଦେଇଥିବା ବେଳେ ଏହାର ତନ୍ତ ପାଇଁ ବିଜେପି କେନ୍ଦ୍ରୀୟ କମିଟି ଓଡ଼ିଶା ଗସ୍ତ କରିବ ବୋଲି ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି ।

ଦଳର କେନ୍ଦ୍ରୀୟ ସଂପାଦକ କିରୀଟ୍ ସୋମାୟା ଚଳିତ ମାସ ୭ ତାରିଖରେ ଓଡ଼ିଶା ଆସି ଏହି ଦୁର୍ନୀତିର ସରଜମିନ୍ ତନ୍ତ କରି ରିପୋର୍ଟ ପ୍ରଦାନ କରିବେ । ସେ ରାଜ୍ୟର ଅନ୍ୟ ନେତା ମାନଙ୍କ ସହ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲା ଗସ୍ତ କରିବେ ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଯୋଗାଯାଉଥିବା ନିମ୍ନମାନର ଡ଼ାଲି କେବଳ ରାଜ୍ୟବାସୀଙ୍କୁ ନୁହେଁ ସମଗ୍ର ଦେଶବାସୀଙ୍କୁ ଧାର୍ଯ୍ୟ କରିଛି ।

ସ୍ୱଚ୍ଛ ସରକାର ବୋଲି ଦ।ବି କରୁଥିବା ନବୀନ ସରକାରଙ୍କର “ଭାନୁମତି’ର ପେଡ଼ି ଖୋଲିଲା ଭଳି ବିଭିନ୍ନ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି ।

ତିନି ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ ଏହି ଦୁର୍ନୀତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋମଳମତି ଶିଶୁ ଏବଂ ଗର୍ଭବତୀ ମହିଳା ମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ରାଜ୍ୟ ସଭାପତି ଜୁଏଲ ଓରାମ ଅଭିଯୋଗ କରିଛନ୍ତି ।

ଏହି କମିଟିରେ କେନ୍ଦ୍ରୀୟ ସମ୍ପାଦକ କିରୀଟ୍ ସୋମୟା, ସଭାପତି ଜୁଏଲ ଓରାମଙ୍କ ସମେତ ଅନ୍ୟ ନେତା ଓ ସଂପୃକ୍ତ ଜିଲ୍ଲାର ସ୍ଥାନୀୟ ନେତୃତ୍ୱ ସାମିଲ ଅଛନ୍ତି ।

ଓଡିଶା ଡଟ୍ କମ୍

Exit mobile version