Site icon Odisha.com

ବଜେଟ୍ ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷର ଅନୁମୋଦନ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଫେବୃୟାରୀ ୪(ଓଡ଼ିଶା ଡ଼ଟ୍ କମ୍) ଆସନ୍ତା ୨୦୧୧-୧୨ ଆର୍ଥିକ ବର୍ଷର ବଜେଟ୍ ଚିଠା ପ୍ରସ୍ତାବକୁ ରାଜ୍ୟ ମନ୍ତ୍ରୀ ପରିଷଦରେ ଅନୁମୋଦନ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ବୈଠକରେ ଅନୁମୋଦିତ ଚିଠା ପ୍ରସ୍ତାବର ପରିମାଣ ୪୨,୩୦୫ କୋଟି ୨୭ ଲକ୍ଷ ଟଙ୍କା ରଖାଯାଇଛି । ଆସନ୍ତା ୧୮ରେ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବା ପରେ ମୋଟ୍ ଆକଳନ କରାଯିବ ।

କୃଷି, ଜଳସେଚନ, ଶକ୍ତି, ନାରୀ କଲ୍ୟାଣ ଏବଂ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ପାଇଁ ବଜେଟ୍ ରେ ପର୍ଯ୍ୟାପ୍ତ ଅର୍ଥ ବରାଦ କରାଯାଇଛି । ଗତ ବର୍ଷ ତୁଳନାରେ ଏହି ଅର୍ଥ ବରାଦ ଅଧିକ ହୋଇଛି ।

ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଛା ଦୁଇ ହଜାର ଟଙ୍କା ଅନୁକମ୍ପାମୂଳକ ସହାୟତା ଦେବା ପାଇଁ କରାଯାଇଥିବା ଘୋଷଣା ଅନୁଯାୟୀ ବଜେଟ୍ ରେ ୨୪୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୦୧୦-୧୧ ଆର୍ଥିକ ବର୍ଷ ପାଇଁ ୩୯, ୮୯୬ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ଯୋଜନା ବାବଦ ଅଟକଳ ଦଶ ହଜାର କୋଟି ଟଙ୍କା କରାଯାଇଥିଲା । ଆସନ୍ତା ବର୍ଷ ପାଇଁ ଯୋଜନା ଅଟକଳ ପନ୍ଦର ହଜାର କୋଟି ଟଙ୍କା କରିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଓଡିଶା ଡଟ୍ କମ୍

Exit mobile version