Site icon Odisha.com

ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ଏମ୍ୟୁଏଫ୍ପିର ନିନ୍ଦା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଏକ ଦୈନିକ ସମ୍ବାଦପତ୍ରର ଜଣେ ସାମ୍ବାଦିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ମିଡ଼ିଆ ୟୁନିଟି ଫର୍ ଫ୍ରିଡ଼ମ ଅଫ୍ ପ୍ରେସ(ଏମ୍ୟୁଏଫ୍ପି) ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।

ପ୍ରକାଶିତ ଏକ ରିପୋର୍ଟକୁ ନେଇ ଦୈନିକ ସମ୍ବାଦପତ୍ରର ପିପିଲି ପ୍ରତିନିଧି ରଜତ ରତନ ଦାସଙ୍କୁ ଶୁକ୍ରବାର ସ୍ଥାନୀୟ ଏନ୍ଏସି ଅଧ୍ୟକ୍ଷ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଆକ୍ରମଣରେ ଦାସ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଏମ୍ୟୁଏଫ୍ପି ପକ୍ଷରୁ ଦାବି କରାଯାଇଛି । ରାଜ୍ୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିବରୁ ଉଦ୍ବେଗ ପ୍ରକାଶ ପାଇଛି ।

ଓଡିଶା ଡଟ୍ କମ୍

Exit mobile version