Site icon Odisha.com

ପଶ୍ଚିମଓଡ଼ିଶା ପରିବାର ପକ୍ଷରୁ ମୁମ୍ବାଇରେ ପୁସ୍ପୁନି ଭେଟ୍ଘାଟ୍

ଦୀପକ ପୂଜାରୀଙ୍କ ଠାରୁ

ମୁମ୍ବାଇ,ଫେବୃୟାରୀ ୮(ଓଡ଼ିଶା ଡ଼ଟ୍ କମ୍) ମୁମ୍ବାଇ ସ୍ଥିତ ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ପୁସ୍ପୁନି ଭେଟ୍ଘାଟ୍-୨୦୧୧ ଆନନ୍ଦଉଲ୍ଲାସ ସହ ପାଳିତ ହୋଇଯାଇଛି ।

ଗତ ରବିବାର ଓଡିଶା ଭବନରେ ଏହାର ବରିଷ୍ଠ ସଦସ୍ୟମାନେ ମନ୍ତ୍ର ପାଠ ସହ ମାଁ ସମଲେଶ୍ୱରୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଗଣେଷଙ୍କ ପୂଜାର୍ଚ୍ଚନା କରିବା ପରେ ଏହା ପାଳନ କରାଯାଇଥିଲା ।

ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅର୍ପିତା, ସ୍ୱପ୍ନିଲ ୱେଧିକର, ସୁମନ ମିଶ୍ର, ଏସ୍.କେ.ପରିଡ଼ା ପ୍ରମୁଖ ହିନ୍ଦୀ ଚଳଚ୍ଚିତ୍ର ସଂଗୀତ ତଥା ସମ୍ବଲପୁରୀ ଓ ଓଡ଼ିଆ ଭଜନ ପରିବେଷଣ କରିଥିଲେ ।

ଏହା ସହ ଢୋଲ ବିଶେଷଜ୍ଞ ହୃାରଞ୍ଜନ ପ୍ରଧାନ ଓ ତାଙ୍କ ଦଳ ମଣ୍ଟୁ ମହାପାତ୍ରଙ୍କ ସହଯୋଗରେ ପରିବେଷଣ କରିଥିବା ବିଭିନ୍ନ ଲୋକପ୍ରିୟ ସମ୍ବଲପୁରୀ ଗୀତ ଉପସ୍ଥିତ ଅତିଥିମାନଙ୍କ ମନ ମୋହିଥିଲା ।

ଶେଷରେ ଆୟୋଜିତ ସମ୍ବଲପୁରୀ ଲୋକନୃତ୍ୟ(ରଙ୍ଗବତୀ, ଡ଼ାଲଖାଇ)ରେ ଅନୁଷ୍ଠାନର ସଭ୍ୟମାନେ ଅଂଶ ଗ୍ରହଣ କରିଥିଲେ । ମୁମ୍ବାଇ ଓ ନବି ମୁମ୍ବାଇରେ ବସବାସ କରୁଥିବା ବିଭିନ୍ନ ବର୍ଗର ପ୍ରାୟ ୧୭୫ ଜଣ ଲୋକ ଏହି ଭେଟ୍ଘାଟ୍ରେ ଯୋଗ ଦେଇଥିଲେ ।

ବିଗତ ବର୍ଷ ତୁଳନାରେ ଚଳିତ ବର୍ଷ ପୁସ୍ପୁନି ଭେଟ୍ଘାଟ୍ ଅଧିକ ଆକର୍ଷଣୀୟ ଓ ସଫଳତାର ସହ ଶେଷ ହୋଇଥିବା ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଆସନ୍ତା ନୂଆଁଖାଇ ଭେଟ୍ଘାଟ୍ ମୁମ୍ବାଇ ୨୦୧୧ ମଧ୍ୟ ଅଧିକ ଆକର୍ଷଣୀୟ କରାଯିବ ବୋଲି ଆୟୋଜକ କମିଟିର ଜଣେ ସଦସ୍ୟ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version