ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ପୁରୀ, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ବୋତଲ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛବି ଥିବା ଘଟଣାକୁ ନେଇ ସୋମବାର ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ମନ୍ଦିର ସେବାୟତମାନେ ଓ ଜଗନ୍ନାଥ ସେନାର କର୍ମୀମାନେ ହାତରେ ବ୍ୟାନର, ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇ ଏହାର ପ୍ରତିବାଦ କରିଛନ୍ତି । ଅନ୍ୟ ବୋତଲ ସହ ମଦ ବୋତଲରେ ପଟ୍ଟଚିତ୍ର କଳାକାରଙ୍କ ଦ୍ୱାରା କରାଯାଇଥିବା ଜଗନ୍ନାଥଙ୍କ ଚିତ୍ର ନିନ୍ଦନୀୟ ବୋଲି ସେମାନେ କହିଛନ୍ତି ।
ଏହା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ସେମାନେ କହିଛନ୍ତି । ଜଗନ୍ନାଥ ସେନା ପକ୍ଷରୁ ଏ ସଂପର୍କରେ ଚନ୍ଦନପୁର ଥାନାରେ ମାମଲା ରୁଜୁ କରାଯିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।
ଚିତ୍ରକଳା ଓ ପଟ୍ଟଚିତ୍ରର ଗାଁ ରଘୁରାଜପୁରରେ ବୋତଲ ଉପରେ ଜଗନ୍ନାଥଙ୍କ ଫଟୋଚିତ୍ର କରାଯାଉଥିଲା ।
ଓଡିଶା ଡଟ୍ କମ୍
Leave a Reply