Site icon Odisha.com

ବିଧାୟକ, ମନ୍ତ୍ରୀଙ୍କ ଦରମା ତିନି ଗୁଣ ବୃଦ୍ଧି

 

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ବିଧାୟକ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବାଚସ୍ପତିଙ୍କ ଦରମା ଭତ୍ତା ଓ ପୂର୍ବତନ ବିଧାୟକଙ୍କ ପେନ୍ସନ ତିନି ଗୁଣ ବୃଦ୍ଧି କରିଛନ୍ତି ।

ବର୍ଦ୍ଧିତ ଦରମା ଓ ଭତ୍ତା ୨୦୧୦ ଅପ୍ରେଲ ପହିଲାରୁ ଲାଗୁ ହେବ ବୋଲି ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଅନୁମୋଦନ ଦିଆଯାଇଛି ।

ବର୍ତ୍ତମାନ ବିଧାୟକମାନେ ଦରମା ଓ ଭତ୍ତା ମିଶି ୨୧,୯୫୦ ଟଙ୍କା ପାଉଥିବା ବେଳେ ଏହା ୬୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଦରମା ବାବଦରେ ୧୬ ହଜାର ଟଙ୍କା, ନିର୍ବାଚନମଣ୍ଡଳୀ ଖର୍ଚ୍ଚ ବାବଦରେ ୧୩ ହଜାର ଟଙ୍କା, ଔଷଧ ପାଇଁ ୫ ହଜାର
ଟଙ୍କା, ଯାତାୟାତ ପାଇଁ ୭ ହଜାର, ଭତ୍ତା ୮ ହଜାର, ଖବରକାଗଜ ବାବକୁ ୧ ହଜାର, ବିଦ୍ୟୁତ ପାଇଁ ୨ ହଜାର ଟଙ୍କା ଓ ଟେଲିଫୋନ ବାବଦରେ ୮ ହଜାର ଟଙ୍କା ମିଳିବ ।

ସେହିପରି ପୂର୍ବତନ ବିଧାୟକମାନେ ପୂର୍ବରୁ ପାଉଥିବା ୬ ହଜାର ଟଙ୍କା ପେନ୍ସନକୁ ବୃଦ୍ଧି କରାଯାଇ ୧୫ ହଜାର ଟଙ୍କା କରାଯାଇଛି । ତେବେ ସେମାନେ ବର୍ତ୍ତମାନ ୩୫ ହଜାର ଟଙ୍କା ପାଇବେ ।

ମୁଖ୍ୟମନ୍ତ୍ରୀଙ୍କ ଦରମା ୨୦ ହଜାର ରୁ ୫୯ ହଜାର, କ୍ୟାବିନେଟ ମନ୍ତ୍ରୀଙ୍କ ଦରମା ୧୮ ହଜାରରୁ ୫୮ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀଙ୍କ ଦରମା ୧୬ ହଜାରରୁ ୫୭ ହଜାର ଟଙ୍କା, ବାଚସ୍ପତିଙ୍କ ଦରମା ୧୯ ହଜାରରୁ ୫୮, ୫୦୦ ଟଙ୍କା ।

ଉପବାଚସ୍ପତିଙ୍କ ଦରମା ୧୬ ହଜାରରୁ ୫୭ ହଜାର ଟଙ୍କା, ସରକାରୀ ମୁଖ୍ୟ ସଚେତକ ୧୮ ହଜାରରୁ ୫୮ ହଜାର, ବିରୋଧୀ ଦଳ ନେତାଙ୍କ ଦରମା ୧୮ ହଜାରରୁ ୫୮ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version