Site icon Odisha.com

ଖରାପ ଡ଼ାଲି ଯୋଗାଉଥିବା ସଂସ୍ଥାକୁ କଳାତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଯେଉଁ ଯୋଗାଣକାରୀ ସଂସ୍ଥା ଗୁଡ଼ିକ ପୋକରା କିମ୍ବା ଅନୁପଯୋଗୀ ଡ଼ାଲି ଯୋଗାଉଛନ୍ତି ସେଗୁଡ଼ିକୁ କଳାତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାସହ ଯେଉଁ ସ୍କୁଲ ଗୁଡ଼ିକରେ ନିମ୍ନ ମାନର ଡ଼ାଲି ଯୋଗାଇ ଦିଆଯାଇଥିବା ଅଭିଯୋଗ ହେଉଛି ସେଗୁଡ଼ିକୁ ଯାଞ୍ଚ କରି ତୁରନ୍ତ ବନ୍ଦ କରିବାକୁ ମଳିହା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ସ୍ତରରେ ଡ଼ାଲି ସଂଗ୍ରହ ପାଇଁ କେଉଁ ପ୍ରକ୍ରିୟାରେ ଟେଣ୍ଡର ହେବ ଓ ଡ଼ାଲିର ମାନ କିଭଳି ନିର୍ଦ୍ଧାରଣ ହେବ ସେ ସଂପର୍କରେ ସରକାର ଜିଲ୍ଲାପାଳ ମାନଙ୍କୁ ଗାଇଡ଼ଲାଇନ ଦେଇଥିଲେ । କିନ୍ତୁ ଜିଲ୍ଲା ସ୍ତରରେ ଏହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରାଯାଇ ନାହିଁ ବୋଲି ସାମଲ କହିଛନ୍ତି ।

ଡ଼ାଲି ଯାଞ୍ଚ ପ୍ରକ୍ରିୟାକୁ ଜିଲ୍ଲା ସ୍ତରରେ ନକରି ଏହାକୁ ଅଧିକ ବିକେନ୍ଦ୍ରୀକରଣ କରାଯିବାର ଆବଶ୍ୟକତା ଥିଲା ଓ ବିଶେଷ କରି ତୃଣମୂଳ ସ୍ତରରେ କରିବାର ଥିଲା, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version