Site icon Odisha.com

ଗୁଳି ବିନିମୟରେ ତିନି ମାଓବାଦୀଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଫେବୃୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲାର ଏକ ସ୍ଥାନରେ ଶୁକ୍ରବାର ପୋଲିସ ଓ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ତିନି ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ପୋଲିସ ଓ ସୁରକ୍ଷାକର୍ମୀ ମାଓଦମନ ଅଭିଯାନରେ ଯାଇଥିବା ବେଳେ ବିଶ୍ରା ନିକଟସ୍ଥ ଜଙ୍ଗଲରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ସିପିଆଇ ମାଓବାଦୀ ସଂଗଠନର ଏରିଆ କମାଣ୍ଡର ଓ ସେ କିଛି ମାସ ତଳେ ପୋଲିସ ହେପାଜତରୁ ଖସିପଳାଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।

ସେହିପରି କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ(ଏସ୍ପିଓ)ଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଥାନାକୁ ଯାଉଥିବା ସମୟରେ ନରେଙ୍ଗା ମଲ୍ଲିକଙ୍କୁ ଡ଼େଙ୍ଗୁଡ଼ା ଗ୍ରାମ ନିକଟରେ ମାଓବାଦୀମାନେ ହତ୍ୟା କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version