Site icon Odisha.com

ପୂର୍ବତନ ଯବାନଙ୍କ ଅତର୍କିତ ଗୁଳି ମାଡ଼ରେ ୧୫ ଆହତ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୧୦(ଓଡ଼ିଶା ଡ଼ଟ୍ କମ୍) ଜମି ଗଣ୍ଡଗୋଳକୁ କେନ୍ଦ୍ର କରି କେନ୍ଦ୍ରାପଡ଼ା ଜିଲ୍ଲା ବରତୁଙ୍ଗା ଗ୍ରାମରେ ଜଣେ ପୂର୍ବତନ ଯବାନଙ୍କ ଗୁଳି ମାଡ଼ରେ ୧୫ ଜଣ ଆହତ ହୋଇଥିବା ପୋଲିସ ଗୁରୁବାର କହିଛି ।

ଏକ ସରକାରୀ ଜମିକୁ ନେଇ ବରତୁଙ୍ଗା ଗ୍ରାମବାସୀଙ୍କ ସହ ଅବସରପ୍ରାପ୍ତ ବିଏସ୍ଏଫ୍ ଯବାନ ମନ ମୋହନ ବେହେରାଙ୍କ ବିବାଦ ଲାଗିରହିଥିଲା । ଏହାକୁ ନେଇ ପୂର୍ବରୁ ବହୁବାର ଗଣ୍ଡଗୋଳ ଘଟିଥିଲା ।

ବୁଧବାର ଉକ୍ତ ସରକାରୀ ଜମିରେ ବେହେରା ଘର କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରିଥିଲେ ଫଳରେ ମନ ମୋହନ ଉତ୍ତ୍ୟକ୍ତ ହୋଇ ଲୋକଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ,ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଆହତ ବ୍ୟକ୍ତି ମାନଙ୍କୁ ଜିଲ୍ଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

ଘଟଣା ସଂପର୍କରେ ଖବର ପାଇ ପୋଲିସ ବେହେରା ଓ ତାଙ୍କର ଦୁଇ ଭାଇଙ୍କୁ ଗିରଫ କରିବାକୁ ଆସିଥିବା ବେଳେ ସେମାନେ ସେଠାରୁ ଫେରାର୍ ହୋଇଯାଇଥିଲେ । ଆକ୍ରମଣକାରୀକୁ ତୁରନ୍ତ ଗିରଫ କରିବାକୁ ଗ୍ରାମବାସୀମାନେ ଦ।ବି କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version