Site icon Odisha.com

ଶିମିଳିପାଳ: ବିଷ ଦେଇ ତିନି ହାତୀଙ୍କୁ ହତ୍ୟା

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ବିଷ ଦେଇ ତିନୋଟି ମାଈ ହାତୀଙ୍କୁ ହତ୍ୟା କରାଯାଇଥିବା ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି ।

ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ରବିବାର ଏହି ହାତୀଙ୍କ ଶବ ଦେଖିବାକୁ ମିଳିଥଲା ବୋଲି ଉଦ୍ୟାନର ନିର୍ଦ୍ଦେଶକ ଏଚ୍.ଏସ୍. ଉପାଧ୍ୟାୟ କହିଛନ୍ତି ।

ଗତ ବର୍ଷ ଅପ୍ରେଲ ମାସରେ ଏହି ଉଦ୍ୟାନରେ ସାତଟି ହାତୀଙ୍କ ଶବ ମିଳିଥିଲା ଓ ଏ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ
ମନ୍ତ୍ରୀ ଉ୍ବେଗ ପ୍ରକାଶ କରିଥିଲେ ।

ଶିକାରୀମାନେ ଦନ୍ତା ହାତୀଙ୍କୁ ଶିକାର କରିବା ପାଇଁ ଖାଦ୍ୟରେ ବିଷ ମିଶାଇ ଥିବା ବେଳେ ସେଗୁଡ଼ିକୁ ମାଈ ହାତୀମାନେ ଖାଇ ମୃତ୍ୟୁବରଣ କରିଥାଇ ପାରିନ୍ତି ବୋଲି ସେ କହିଛନ୍ତି ।

ଗତବର୍ଷ ଗଣନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ୧,୮୮୬ଟି ହାତୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦୦ଟି
ଶିମିଳିପାଳରେ ଅଛନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ସତ୍ୱେ ଶିମିଳିପାଳରେ ବଣ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ରାଜ୍ୟ ସରକାର ଅବହେଳା କରୁଛନ୍ତି, ଓଡ଼ିଶା ବଣ୍ୟପ୍ରାଣୀ ସମାଜର ସଂପାଦକ ବିଶ୍ୱଜିତ ମହାନ୍ତି କହିଛନ୍ତି ।

ଗତ ଦୁଇ ବର୍ଷ ମଧ୍ୟରେ ଶିକାରୀଙ୍କ ଦ୍ୱାରା ପ୍ରାୟ ୫୦ଟି ହାତୀ ପ୍ରାଣ ହରାଇଥିବା ବେଳେ ଏନେଇ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି, ସେ କହିଛନ୍ତି ।

Exit mobile version