Site icon Odisha.com

ହଟ୍ଟଗୋଳ ମଧ୍ୟରେ ବିଧାନସଭାର ବଜେଟ୍ ଅଧିବେଶନ

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ସୋମବାର ହଟ୍ଟଗୋଳ ମଧ୍ୟରେ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି ।

ମଧ୍ୟାହ୍ନ ୧୧ଟାବେଳେ ଆରମ୍ଭ ହୋଇଥିବା ଅଧିବେଶନରେ ପ୍ରଥମେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଶୋକ ପ୍ରସ୍ତାବ ଆଗତ କରିବା ପରେ ଅଭିଭାଷଣ ପ୍ରଦାନ କରିଥିଲେ ।

ପୋଲିସ ବାହୀନୀର ସଫଳ ମୁତୟନ ଓ ନିୟନ୍ତ୍ରଣ ଯୋଗୁଁ ୨୦୧୦ରେ ମାଓବାଦୀ ହିଂସା ରାଜ୍ୟରେ ଉଲ୍ଲେଖନୀୟ ହ୍ରାସ
ପାଇଥିବା ବେଳେ ମାଓ ବିରୋଧି ଅଭିଯାନ ଉପ୍ରୁତ ଅଞ୍ଚଳରେ ଯୋରାର କରାଯାଇଛି ଓ ସୁରକ୍ଷାବାହୀନୀ ଇତି ମଧ୍ୟରେ ୨୧୪ ଜଣ ମାଓବାଦୀ ଙ୍କୁ ଗିରଫ କରିଛି ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି ।

ସେହିପରି ରାଜ୍ୟରେ ସଡ଼କ ପରିବହନ କ୍ଷେତ୍ରରେ ଅନ୍ ଲାଇନ ରଖାସ୍ତ, ବିଲ ପ୍ରାନ ଯଥା ଇ-ିଶା ପ୍ରକଳ୍ପ ଆରମ୍ଭ
କରାଯାଇଛି । ବିଦ୍ୟୁତଚୋରି ଓ ନିୟନ୍ତ୍ରଣ ନିମନ୍ତେ ୧୬ଟି ସ୍ୱତନ୍ତ୍ର ଥାନା ସ୍ଥାପନ କରାଯାଇଛି ଓ ଏହା ଅନ୍ତର୍ଗତ ଅପରାଧ ବିଚାର ପାଇଁ ୫ଟି ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯାଇଛି, ରାଜ୍ୟପାଳ କହିଛନ୍ତି ।

ରାଜ୍ୟ ସରକାର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ବିଫଳ ହୋଇଥିବା ଉଲ୍ଲେଖ କରି ବିରୋଧି ଦଳ ନେତା ଭୁପିନ୍ଦର ସିଂହ ନିଜ ଆସନରେ ଛିଡ଼ା ହୋଇ ପ୍ରଥମେ ଏହାକୁ ବିରୋଧ କରିଥିଲେ । ଦଳର ଅନ୍ୟ ବିଧାୟକମାନେ ମଧ୍ୟ ଏହାକୁ ବିରୋଧ କରି କକ୍ଷତ୍ୟାଗ କରିଥିଲେ ।

ଡ଼ାଲି ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ବିଧାୟକ ଜୟନାରାୟଣ ମିଶ୍ର ଓ ପ୍ରତାପ ଷଡ଼ଙ୍ଗୀ ଗୃହ ମଧ୍ୟରେ ପୋକରା ଡ଼ାଲି ଦେଖାଇଥିଲେ । ପରେ ସେମାନେ ପୋକରା ଡ଼ାଲିକୁ ରିପୋର୍ଟର ଟେବୁଲ ଉପରେ ବିଞ୍ଚିଥିଲେ ।

ଚତୁର୍ଦ୍ଦଶ ବିଧାନସଭାର ଷଷ୍ଠ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଫେବୃୟାରୀ ୧୪ରୁ ୨୪ ଓ ମାର୍ଚ୍ଚ ୧୧ରୁ ଅପ୍ରେଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୮ରେ ଅର୍ଥମନ୍ତ୍ରୀ ବଜେଟ୍ ଆଗତ କରିବେ ଓ ୨୫ ତାରିଖରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ସେମାନଙ୍କର ରିପୋର୍ଟ ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି ।

ଓଡିଶା ଡଟ୍ କମ୍

Exit mobile version