ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା
ଭୁବନେଶ୍ୱର, ଫେବୃୟାରୀ ୧୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦେଖା ଦେଇଥିବା ବହୁ ଚର୍ଚ୍ଚିତ ଡ଼ାଲି ଦୁର୍ନୀତିକୁ ନେଇ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନରଦ୍ୱିତୀୟ ଦିନରେ ମଙ୍ଗଳବାର ମଧ୍ୟ ଗୃହରେ ଝଡ଼ ସୃଷ୍ଟି ହୋଇଛି ।
ବିଜେପିର ପଦାଙ୍କ ଅନୁସରଣ କରି କଂଗ୍ରେସ ବିଧାୟକମାନେ ପୋକରା ତଥା ନିମ୍ନ ମାନର ଡ଼ାଲିକୁ ଗୃହ ମଝିରେ ପ୍ରଦର୍ଶନ କରିବା ସହ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଗଦା କରିଛନ୍ତି ।
ସେମାନେ ହୋହାଲ୍ଲା କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବା ବେଳେ ଗୃହରେ ଅଚଳାବସ୍ଥା ଦେଖାଦେବାରୁ ବାଚସ୍ପତି ବାରମ୍ବାର ମୁଲତବୀ ଘୋଷଣା କରିଥିଲେ ।
ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ନିଜ ଆସନରେ ଛିଡ଼ା ହୋଇ କିଛି କହିବାକୁ ଚାହିଁଥିଲେ ମାତ୍ର ବାଚସ୍ପତି ଏଥିପ୍ରତି ଦୁଷ୍ଟି ନେଇ ଏନ୍ସିପି ସଭ୍ୟ ଅମର ପ୍ରସାଦ ସତପଥୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ କୃଷି ମନ୍ତ୍ରୀଙ୍କୁ ଡ଼ାକିଥିଲେ ।
ରାଉତ ତାଙ୍କ ଉତ୍ତର ଦେଉଥିବା ବେଳେ କଂଗ୍ରେସ ଦଳର କେତେକ ବିଧାୟକ ହାତରେ ଡ଼ାଲି ଭର୍ତ୍ତି ପତର ପ୍ଲେଟ ଧରି ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ ।
ଏହି ସମୟରେ ବିରୋଧି ଦଳ ନେତା ଛିଡ଼ା ହୋଇ ଡ଼ାଲି ଦୁର୍ନୀତି ଉପରେ ଆଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ।
ହୋହାଲ୍ଲା ଓ ସରକାରୀ ବିରୋଧି ସ୍କୋଗାନ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଜାରି ରହିଥିଲା । ବିଜେପିର କନକ ବର୍ଦ୍ଧନ ସିିଂଦେଓ, ପ୍ରତାପ ଷଡ଼ଙ୍ଗୀ, ଏନ୍ସିପିର ନବୀନ ନନ୍ଦ ଓ ଅରବିନ୍ଦ ଢାଲି ପ୍ରମୁଖ ଆଲୋଚନାରେ ଭାଗ ନେଇଥିବା ବେଳେ କୃଷି ମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ସେମାନଙ୍କର ଉତ୍ତର ଦେଇଥିଲେ ।
କଂଗ୍ରେସ ସଭ୍ୟ ଦେବୀ ପ୍ରସନ୍ନ ଚାନ୍ଦ ଓ ଅନୁପ ସାଏ ବାଚସ୍ପତିଙ୍କ ପୋଡ଼ିୟମ ଉପରେ ସଂଗୃହୀତ ପୋକରା ଡ଼ାଲିକୁ ଗଦା କରିଥିଲେ । ପ୍ରଥମେ ବାଚସ୍ପତି ଏଗୁଡ଼ିକୁ ଦେଖନ୍ତୁ ଓ ପରେ ଏନେଇ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ କରନ୍ତୁ ବୋଲି ସେମାନେ ଦାବି କରିଥିଲେ ।
ଓଡିଶା ଡଟ୍ କମ୍
Leave a Reply