Site icon Odisha.com

ଅପହରଣ ଘଟଣାରେ ମଧ୍ୟସ୍ଥତା କରିବେ ଦୁଇ ପ୍ରଫେସର

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଅପହୃତ ମାଲକାନଗିରି ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହିତ ମଧ୍ୟସ୍ଥତା କରିବାକୁ ଦୁଇ ଜଣ ପ୍ରଫେସରଙ୍କ ସହ ଶୁକ୍ରବାର ସରକାର ଆଲୋଚନା କରିଛନ୍ତି ।

ସେମାନଙ୍କ ମୁକ୍ତି ପାଇଁ ସମ୍ବଲପୁର ବିଶ୍ୱବ୍ୟିାଳୟର ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଆର୍.ସୋମେଶ୍ୱର ରାଓ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବ୍ୟିାଳୟର ପ୍ରଫେସର ହରଗୋପାଳଙ୍କ ସହ ସରକାର କଥାବାର୍ତ୍ତା କରିଥିବା ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କହିଛନ୍ତି ।

ହରଗୋପାଳଙ୍କ ସହ ଆଲୋଚନା କରି ମଧ୍ୟସ୍ଥତା କରିବାକୁ କୁହାଯାଇଛି, ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ଜୋନାଲ କମିଟି ଏମାନଙ୍କ ନାମ ସୁପାରିସ କରିଥିବା କେତେକଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାର ସେମାନଙ୍କ ସହ ଆଲୋଚନା କରିଛନ୍ତି ।

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ଠାରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଆର୍.ଭିନିଲ ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version