Site icon Odisha.com

ଜିଲ୍ଲାପାଳ ଅପହରଣ: ସମୟସୀମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଅପହୃତ ମାଲକାନଗିରି ଜିଲ୍ଲାପାଳ ଏବଂ କନିଷ୍ଠ ଯନ୍ତ୍ରୀଙ୍କ କୌଣସି କ୍ଷତି ନ ପହଞ୍ଚାଇ ସର୍ତ୍ତପାଇଁ ରଖିଥିବା ସମୟସୀମା ବୃଦ୍ଧି କରିବାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀ ମାନଙ୍କୁ ନିବେଦନ କରିଛନ୍ତି ।

“ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ ଜାରି ରହିଛି । ସର୍ତ୍ତ ପାଇଁ ରଖାଯାଇଥିବା ସମୟସୀମା ଆଜି ସଂଧ୍ୟାରେ ଶେଷ ହେଉଥିବାରୁ ଏହାକୁ ବୃଦ୍ଧି କରିବାକୁ ନିବେଦନ କରିଛି” ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଜିଲ୍ଲାରେ ମାଓବାଦୀ ଅପରେଶନ ବନ୍ଦ କରିବା ଓ ଗିରଫ ହୋଇ ଜେଲରେ ଥିବା ସମସ୍ତ ମାଓବାଦୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଛନ୍ତି ।

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ଠାରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଆର୍.ଭିନିଲ କ୍ରୀଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version