Site icon Odisha.com

ବାଚସ୍ପତିଙ୍କ ପୋଡ଼ିୟମ ପାଲଟିଲା ରଣକ୍ଷେତ୍ର

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଚତୁର୍ଥ ଦିନ ଜିଲ୍ଲାପାଳ ଅପହରଣ ଓ ଡ଼ାଲି ଦୁର୍ନୀତିକୁ ନେଇ ଶୁକ୍ରବାର ବାଚସ୍ପତିଙ୍କ ପୋଡ଼ିୟମ ରଣକ୍ଷେତ୍ର ପାଲଟିଛି ।

ଅଭାବନୀୟ ଘଟଣାକ୍ରମେ ଶାସକ ଓ ବିରୋଧି ବିଧାୟକମାନେ ଧସ୍ତାଧସ୍ତି ହୋଇଛନ୍ତି । ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଯୋଗୁଁ ଗୃହ ଆରମ୍ଭ ହେବାର ପାଞ୍ଚ ମିନିଟ୍ ପରେ ବାଚସ୍ପତି ଦିନ ତିନିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।

ବୈଠକ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ତଳେ ବସିଯାଇ ପୋଡ଼ିୟମ ନିକଟରେ ବ୍ୟାନର ଲଗାଇଥିଲେ ।

ବିରୋଧ ଦଳ ନେତା ଭୂପିନ୍ଦର ସିଂହ ନିଜ ଆସନରେ ଛିଡ଼ାହୋଇ ଅପହୃତ ଜିଲ୍ଲାପାଳଙ୍କ ସୁରକ୍ଷା ଓ ଡ଼ାଲି ଦୁର୍ନୀତି ସଂପକରେ କି ପଦକ୍ଷେପ ନିଆଯାଇଛି ଜାଣିବାକୁ ଚାହିଁଥିଲେ ।

ଏହି ସମୟରେ ବାଚସ୍ପତିଙ୍କ ଆସନ ତଳେ ବସିଥିବା ବିଧାୟକମାନେ ବାଚସ୍ପତିଙ୍କ ଟେବୁଲରେ ଥିବା ପେନ ଷ୍ଟାଣ୍ଡ, କାଗଜପତ୍ର ଛଡ଼ାଇଆଣି ଫୋପାଡ଼ିଥିଲେ । ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼କାଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version