Site icon Odisha.com

ଡ଼ାଲି ଦୁର୍ନୀତି: ସ୍ୱତନ୍ତ୍ର ସଂସ୍ଥା ଦ୍ୱାରାତନ୍ତ ଦ।ବି

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦ।ତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବହୁ କୋଟି ଟଙ୍କାର ଡ଼ାଲି ଦୁର୍ନୀତିର ତନ୍ତ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା କରିବା ପାଇଁ ବିଜେପି ପକ୍ଷରୁ ଦ।ବି କରାଯାଇଛି ।

ଏ ସଂପର୍କରେ ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ନେତୃତ୍ୱରେ ବୁଧବାର ଏକ ପ୍ରତିନିଧି ଦଳ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ସାକ୍ଷାତ କରି ଦ।ବି ପତ୍ର ପ୍ରଦାନ କରିଛନ୍ତି ।

ସେମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦ।ବି କରିଥିବା ବେଳେ ଦୁର୍ନୀତିରେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ, ଉଚ୍ଚପସ୍ଥ ଅଧିକାରୀ ଓ ଡ଼ାଲି ଯୋଗାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଫୌଜଦାରି ମାମଲା ରୁଜୁ କରିବାକୁ ଦ।ବି କରିଛନ୍ତି ।

ରାଜ୍ୟର ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ନାମରେ ପୋକରା ଡ଼ାଲି ଯୋଗାଣ କେବଳ ଦୁର୍ନୀତି ନୁହେଁ ବରଂ ଏହା ଏକ ଅକ୍ଷମଣୀୟ ଅପରାଧ ବୋଲି ସେମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନିଜ ସ୍ତରରେ ଏ ସଂପର୍କରେ ଅତି ଶୀଘ୍ର ପଦକ୍ଷେପ ନେବେ ବୋଲି ରାଜ୍ୟପାଳ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଓଡିଶା ଡଟ୍ କମ୍

Exit mobile version