Site icon Odisha.com

ଜିଲ୍ଲାପାଳ ଅପହରଣ ସରକାରଙ୍କୁ ଆଉ ୪୮ ଘଣ୍ଟା ମହଲତ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଫେବୃୟରୀ ୧୯(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀ ଅପହୃତ ହେବାର ୪୮ ଘଣ୍ଟା ପୂରଣ ହୋଇଯାଇଥିବା ବେଳେ ଦ।ବି ପୂରଣ ପାଇଁ ମାଓବାଦୀମାନେ ସରକାରଙ୍କୁ ଆଉ ୪୮ ଘଣ୍ଟା ମହଲତ ଦେଇଛନ୍ତି ।

ନିଜକୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ଜୋନାଲ କମିଟି ସଂପାଦକ ଭାବେ ପରିଚୟ ଦେଇ ମାଓବାଦୀ ନେତା ଭାସ୍କର ଦ।ବି ପୂରଣ ସମୟ ସୀମା ବୃଦ୍ଧି ସଂପର୍କରେ କେତେକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶୁକ୍ରବାର ଦ।ବି ପୂରଣର ଶେଷ ଦିନ ହୋଇଥିବାରୁ ସର୍ତ୍ତ ପୂରଣ ପାଇଁ ସମୟସୀମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିବେଦନ କରିଥିଲେ ।

ଜିଲ୍ଲାପାଳ ଆର୍ ଭିନୀଲ ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କ ମୁକ୍ତି ପାଇଁ ମାଓବାଦୀମାନେ ଜିଲ୍ଲାରେ କୁମ୍ବିଂ ଅପରେଶନ ବନ୍ଦ କରିବା ସହ ଗିରଫ ହୋଇଥିବା ସମସ୍ତ ମାଓବାଦୀଙ୍କୁ ଛାଡ଼ି ବୋକୁ ସର୍ତ୍ତ ରଖିଛନ୍ତି ।

ମାଓବାଦୀଙ୍କ ସହ ମଧ୍ୟସ୍ଥତା କରିବାକୁ ସରକାର ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଆର୍.ସୋମେଶ୍ୱର ରାଓ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବ୍ୟିାଳୟର ପ୍ରଫେସର ହରଗୋପାଳଙ୍କ ସହ ସରକାର ଆଲୋଚନା କରିଛନ୍ତି ।

ବୁଧବାର ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version