Site icon Odisha.com

ଗିରଫ ମାଓବାଦୀଙ୍କ ଖଲାସ ବିରୋଧରେ ସହୀଦଙ୍କ ପରିବାର

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ନିରାପଦ ମୁକ୍ତି ପାଇଁ ଗିରଫ ମାଓବାଦୀଙ୍କୁ ଖଲାସ କରିବାକୁ ସରକାର ପ୍ରୟାସ ଆରମ୍ଭ କରିଥିବାରୁ ଏହାକୁ କେତେକ ସହୀଦଙ୍କ ପରିବାର ଲୋକେ ବିରୋଧ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ଠାରୁ ୩୦ କିମି  ଦୁର ଚନ୍ଦନପୁର ଗ୍ରାମର ସିଆଇଏସ୍ଏଫ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ଶିଶିର କୁମାର ସାମଲ ଦୁଇ ବର୍ଷ ପୂର୍ବେ ଛତିଶଗଡ଼ ସ୍ଥିତ ନ୍ତେୱାଡ଼ାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନିହତ ହୋଇଥିଲେ ।

ଜିଲ୍ଲାପାଳ ଓ ଯନ୍ତ୍ରୀଙ୍କ ନିରାପଦ ମୁକ୍ତି ବଳରେ ଜେଲରେ ଥିବା କୌଣସି ମାଓବାଦୀଙ୍କ ଖଲାସ ନିଷ୍ପତ୍ତିକୁ ଶିଶିରଙ୍କ ବାପା ବାବାଜୀ ସାମଲ ବିରୋଧ କରିଛନ୍ତି ।

“”ଉଭୟଙ୍କ ମୁକ୍ତି ପାଇଁ ସରକାର କୌଣସି ମାଓବାଦୀଙ୍କୁ ଖଲାସ କରିବା ଉଚିତ୍ ନୁହେଁ । ସେମାନଙ୍କ ଉଦ୍ଧାର ପାଇଁ ସରକାର ପୋଲିସ ବଳ ବ୍ୟବହାର କରିବା ଉଚିତ୍ । ମୋ ପୁଅ ଦେଶ ପାଇଁ ଜୀବନ ଦେଇଛି, ଯଦି ସରକାର ମାଓବାଦ୍ଦୀଙ୍କୁ ଛାଡ଼ି ଦେବେ ତେବେ ଏହା ତା’ପାଇଁ ଅପମାନ ହେବ” ବାବାଜୀ କହିଛନ୍ତି ।

“”ରାଜ୍ୟ ସରକାର ଜେଲରେ ଥିବା ଦୁର୍ଦ୍ଧାନ୍ତ ମାଓବାଦୀଙ୍କୁ ଛାଡ଼ି ଦେଲେ ପୋଲିସ ଓ ସୁରକ୍ଷା କର୍ମୀଙ୍କ ମନୋବଳ ଭାଙ୍ଗି ପଡ଼ିବ” ମାଲକାନଗିରିରେ ଚାରି ବର୍ଷ ତଳେ ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପୋଲିସ ଅଫିସର ଦୁର୍ଗାଚରଣ ମିଶ୍ରଙ୍କ ସଂପର୍କୀୟ ରଞ୍ଜନ ମିଶ୍ର କହିଛନ୍ତି ।

ସେହିପରି ତିନି ବର୍ଷ ତଳେ ମାଲକାନଗିରିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ ପ୍ରାଣ ହରାଇଥିଲେ ସରଳି ଗ୍ରାମର ଏସ୍ଓଜି କମାଣ୍ଡେଣ୍ଟ ପାର୍ଥରଂଜନ ବେହେରା । ତାଙ୍କର ବାପା, ମା, ଗୋଟିଏ ଭାଇ, ଜେଜେବାପା, ଜେଜେମା ଅଛନ୍ତି ।

“”କୌଣସି ପରିସ୍ଥିତିରେ ସରକାର ମୋ ପୁଅର ହତ୍ୟାକାରୀ ତଥା ଅନ୍ୟ ସୁରକ୍ଷାକର୍ମୀଙ୍କ ହତ୍ୟାକାରୀଙ୍କୁ ଖଲାସ କରିବା ଉଚିତ୍ ନୁହେଁ”ପାର୍ଥରଂଜନଙ୍କ ବାପା ଦୈତାରୀ କହିଛନ୍ତି । କେତେକ ମାଓବାଦୀଙ୍କୁ ଛାଡ଼ି ଦେବାକୁ ସରକାର ନିଷ୍ପତ୍ତି ନେଇଥିବା ଜାଣିବା ପରେ ପାର୍ଥଙ୍କ ମା ମଧ୍ୟ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ।

“”ମାଲକାନଗିରି ଜିଲ୍ଲା ଏ ଦମ୍ଭି ୧୨୬ରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ମାଓବାଦୀମାନେ ମୋ ପୁଅ ଚିତ୍ତରଞ୍ଜନ ପ୍ରଧାନଙ୍କୁ ହତ୍ୟା କରିଥିଲେ” ଜହ୍ନିମୁଲା ଗ୍ରାମର ସହୀଦ ପୋଲିସ ଅଧିକାରୀ ଚିତ୍ତରଂଜନଙ୍କ ମା ପ୍ମାବତୀ କହିଛନ୍ତି ।

“”ସେ ଚାଲିଯିବା ପରେ ଜୀବନ ଦୁର୍ବିସହ ହୋଇପଡ଼ିଛି । ପୁଅର ହତ୍ୟାକାରୀକୁ କଠୋର ଦଣ୍ଡ ଦେବା ପାଇଁ ସବୁବେଳେ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛି, କିନ୍ତୁ କେତେକ ମାଓବାଦୀଙ୍କୁ ଛାଡ଼ି ଦେବାକୁ ସରକାର ନେଇଥିବା ନିଷ୍ପତ୍ତି ଜାଣି ମୁଁ ମର୍ମାହତ, ଏହାଦ୍ୱାରା ପୁଅର ଆତ୍ମା ଶାନ୍ତିରେ ରହିବ ନାହିଁ” ସେ କହିଛନ୍ତି ।

ସିଆର୍ପିଏଫ୍ରେ କାର୍ଯ୍ୟ କରୁଥିବା ଜିଲ୍ଲାର ଭରିଗୋଲା ଗ୍ରାମର ବିଦ୍ୟାଧର ବାରିକ ଈବର୍ଷ ତଳେ ଛତିଶଗଡ଼ ନାରାୟଣପୁରରେ ସହୀଦ ହୋଇଥିଲେ । ମାଓବାଦିିଙ୍କୁ ଖଲାସ କରିବା ନିଷ୍ପତ୍ତିକୁ ବ୍ୟିାଧରଙ୍କ ଭାଇ ଦିିଲିପ ବାରିକ ମଧ୍ୟ ବିରୋଧ କରିଛନ୍ତି ।

ଅପହରଣକାରୀ ମାଓବାଦୀଙ୍କ ଦାବି ପୂରଣ ନେଇ ସରକାର ମୁଣ୍ଡ ନ ନୁଆଁଇ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version