Site icon Odisha.com

ଜିଲ୍ଲାପାଳ ଅପହରଣ ନେଇ ଜନସ୍ୱାର୍ଥ ମାମଲା

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

କଟକ, ମାର୍ଚ୍ଚ ୨(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାପାଳ ଆର୍ ଭିନିଲ ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝିଙ୍କ ଅପହରଣ ଓ ମୁକ୍ତି ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି ।

ବହୁ ଚର୍ଚ୍ଚିତ ଡ଼ାଲି ଦୁର୍ନୀତିକୁ ଘୋଡ଼ାଇବା ପାଇଁ ଏହି ଅପହରଣ ନାଟକ ରଚାଯାଇଥିବା ଦର୍ଶାଇ ମଙ୍ଗଳବାର ଆବେଦନକାରୀ ମାନସ କୁମାର ପରିଡ଼ା ଏହାର ସିବିଆଇ ତଦନ୍ତ କରିବା ନିମନ୍ତେ ନିବେଦନ କରିଛନ୍ତି ।

ଏଥିରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପଞ୍ଚାୟତିରାଜ ସଚିବ, ପୋଲସ ଡ଼ିଜି, କେନ୍ଦ୍ର ଗୃହ ବିଭାଗ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ଗତ ୧୬ ତାରିଖରେ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ । ଉଭୟଙ୍କୁ ମୁକ୍ତ କରିବା ପାଇଁ ସେମାନେ ସରକାରଙ୍କ ନିକଟରେ ୧୪ଟି ସର୍ତ୍ତ ରଖିଥିଲେ ।

ଅପହୃତଙ୍କୁ ମୁକ୍ତ ପାଇଁ ଗୃହ ସଚିବ ଓ ପଞ୍ଚାୟତିରାଜ ସଚିବଙ୍କୁ ସରକାର ଦ।ୟିତ୍ୱ ଦେଇଥିଲେ । ଆଲୋଚନା ସମୟରେ କେନ୍ଦ୍ର ସରକାରଙ୍କ ମତାମତ ନିଆଯାଇନଥିଲା ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇନଥିଲା ।

ମାଓବାଦୀଙ୍କ ସମସ୍ତ ସର୍ତ୍ତରେ ସରକାର ରାଜି ହୋଇଥିଲେ । ରାଜ୍ୟ ସରକାର ମାଓ ମନ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଠାରୁ ସହାୟତା ଲୋଡ଼ୁଥିବା ବେଳେ ଉକ୍ତ ଆଲୋଚନାରେ କେନ୍ଦ୍ର ସରକାରଙ୍କ କୌଣସି ପ୍ରତିନିଧିଙ୍କୁ ସାମିଲ କରାନଯିବାରେ କାରଣ କ’ଣ ବୋଲି ଆବେନକାରୀ ପ୍ରଶ୍ନ କରିଛନ୍ତି ।

ଏହା ଏକ ସମ୍ବେନଶୀଳ ପ୍ରସଙ୍ଗ ହୋଇଥିଲେ ମଧ୍ୟ କ୍ୟାବିନେଟ ବୈଠକ ଡ଼କାଯାଇ ନଥିଲା । ଏହି ସବୁ ଘଟଣାରୁ ସରକାରଙ୍କ ସନ୍ଦେହଜନକ ଭୂମିକା ଜଣାପଡ଼ୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ସିବିଆଇ ତନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସେ ପିଟିସନରେ ନିବେଦନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version