ପ୍ରଶାନ୍ତ ପଟ୍ଟନାୟକ
ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱର ବହୁ ଦିଗ ସଂପର୍କରେ ବିଭିନ୍ନ ଗଣ ମାଧ୍ୟମରେ ବିସୃତ ଭାବରେ ଆଲୋଚିତ ହୋଇଥିଲେ ମଧ୍ୟ, ସାମ୍ବାଦିକତା କ୍ଷେତ୍ରରେ ବିଜୁଙ୍କ ଅବଦାନ ବିଶେଷ ଆଲୋଚିତ ହୋଇନାହିଁ ।
ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ କରୁଥିବା ବିଜୁବାବୁ, ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କର ଯେ ଏକାନ୍ତ ପ୍ରିୟଥିଲେ ତାହା ନୁହେଁ, ସେ ଭି.କେ. ମେନନଙ୍କର ମଧ୍ୟ ଯଥେଷ୍ଟ ଅନ୍ତରଙ୍ଗ ଥିଲେ ।
ସେତେବେଳେ ଅଧିକାଂଶ ଜାତୀୟ ସମ୍ବାଦପତ୍ର ଓ ପତ୍ରପତ୍ରିକା ପ୍ରତିକ୍ରୀୟାଶୀଳ ଶିଳ୍ପପତି ମାନଙ୍କ ନିୟନ୍ତ୍ରଣରେ ରହିଥିବାରୁ, ଏକ ପ୍ରଗତିଶୀଳ ସାପ୍ତାହିକ ପତ୍ରିକା ଓ ପରେ ଏକ ଦୈନିକ ସମ୍ବାପତ୍ର ପ୍ରକାଶ କରିବା ଲାଗି ବିଶିଷ୍ଟ ସମାଜବାଦୀ ନେତ୍ରୀ ଅରୁଣା ଆସଫ୍ ଅଲ୍ଲୀ, ଭି.କେ. ମେନନ୍, ପ୍ରମୁଖ ପଣ୍ଡିତ ନେହେରୁଙ୍କ ପରାମର୍ଶ କ୍ରମେ ଦେଶର ପ୍ରଥମ ସମ୍ବାଦ ସାପ୍ତାହିକ ଲିଙ୍କ ପ୍ରକାଶ କରିବା ଲାଗି ଯୋଜନା କରିଥିଲେ ।
ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ସଂଗ୍ରହ କରିବା ଦ।ୟିତ୍ୱ ନେଇଥିଲେ ବମ୍ବେର ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡଃ ଏ.ଭି.ବାଲିଗା ଓ ବିଜୁ ପଟ୍ଟନାୟକ, ଏହିପତ୍ରିକା ପ୍ରକାଶ ପାଇଁ ଦିଲ୍ଲୀରେ ୟୁନାଇଟେଡ୍ ଇଣ୍ଡିଆ ପିରିୟଡିକାଲସ୍ ପ୍ରା. ଲିଃ ନାମକ ଏକ ସଂସ୍ଥା ଗଠନ କରାଯାଇଥିଲା ।
ଏହାର ଅଂଶଧନ ବିକ୍ରୀ ପାଇଁ ବିଜୁବାବୁ ଓ ଡଃ ବାଲିଗା ଅକ୍ଲାନ୍ତ ପରିଶ୍ରମ କରିଥିଲେ । ସେତେବେଳେ କଳିଙ୍ଗ ଏୟାର୍ ଲାଇନ୍ସ୍ରେ ନେପାଳର କାଠମାଣ୍ଡୁ ଠାରେ କାର୍ଯ୍ୟରତ ବିଜୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ବଙ୍କିମଚନ୍ଦ୍ର ଦାସ ମଧ୍ୟ ଏ ଦିଗରେ ଅନେକ ସହଯୋଗ କରିଥିଲେ ।
ପ୍ରଥମେ ଦିଲ୍ଲୀର ଓଲଡ୍ ଥିଏଟର୍ ରୋଡରୁ ଲିଙ୍କ ପତ୍ରିକା ପ୍ରକାଶ ପାଇଥିଲା । ଗୋଟିଏ ପୁରୁଣା ଗେ।ଦାମଘର ଥିଲା ଏହାର କାର୍ଯ୍ୟାଳୟ, ଶ୍ରୀମତୀ ଅରୁଣାଆସଫ୍ ଅଲ୍ଲୀ, ଭି.କେ. ମେନନ୍ଙ୍କ ଲିଙ୍କ ଭାରତର ଏକମାତ୍ର ସମ୍ବାଦ ସାପ୍ତାହିକ ଭାବରେ ଯଥେଷ୍ଟ ସୁନାମ ଅର୍ଜନ କରିଥିଲେ ।
ରାଜନୈତିକ ସ୍ତରରେ ଏହା ଯଥେଷ୍ଟ ଗୁରୁତ୍ୱ ଲାଭକରିଥିଲା । ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ଭୀଷ୍ମ ପିତାମହ ଭାବରେ ଜଣାଶୁଣା ଏଡ୍ଟାଟା ନାରାୟଣ ଥିଲେ ଏହାର ସମ୍ପାଦକ ।
ଗୋଟିଏ ପୁରୁଣା ଗେ।ଦ।ମଘରୁ ଲିଙ୍କ ଭଳି ଏକ ପ୍ରଭାବଶାଳୀ ପତ୍ରିକା ପାଇବାକୁ ଆରମ୍ଭରୁ ବିଜୁବାବୁ ପସନ୍ଦ କରୁନଥିଲେ । ତାଙ୍କର ସ୍ୱପ୍ନ ଥଲା ଦିଲ୍ଲୀର ଆଇ.ଟି.ଇ ଅଂଚଳରେ ଟାଇମସ୍ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ଏକ୍ସପ୍ରେସ ଭଳି ଏକ ସମ୍ପାଦାନଜନକ କାର୍ଯ୍ୟାଳୟରୁ ଲିଙ୍କ ପ୍ରକାଶ ପାଉ ।
ତେଣୁ ସେ ଅରୁଣାଜୀ ମେନନ୍, ବାଲିଗା ପ୍ରଭୃତିଙ୍କୁ ଏ ଦିଗରେ ପ୍ରବର୍ତ୍ତାଇ ଆଇ.ଟି ଓ ରୋଡରେ ଖଣ୍ଡେ ଜମି ନେଇ ସେଠାରେ ଲିଙ୍କ ହାଉସ୍ ନିର୍ମାଣ ଲାଗି ଉଦ୍ୟମ ଆରମ୍ଭ କରିଥିଲେ । ଏଥି ନିମନ୍ତେ ଅଂଶଧନ ବିକ୍ରୀ କରିବା ନିମନ୍ତେ ମୁଖ୍ୟତଃ ବିଜୁ ଓ ଡଃ ବାଲିଗାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ଲିଙ୍କ ହାଉସ୍ ନିର୍ମାଣ ପରେ ଶେଷରେ ସାଧାରଣ ଜନତା ଓ ଖଟିଖିଆ ମାନଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ଏକ ଦୈନିକ ଇଂରାଜୀ ସମ୍ବାଦପତ୍ର ପାଟ୍ରିୟଟ୍ ପ୍ରକାଶ କରିବା ପାଇଁ ଉଦ୍ୟମ ହୋଇ ଏଥିରେ ସଫଳତା ଲାଭ କରିଥିଲା ।
ତେଣୁ ଶ୍ରୀମତୀ ଅରୁଣା ଆସ୍ଫ ଅଲ୍ଲୀ ସର୍ବଦା କହୁଥିଲେ ଯେ, ବିଜୁଙ୍କ ଦୂର୍ରଶୀତା ଓ ଡ୍ରାଇଭିଙ୍ଗ ସ୍ପିରିଟ୍ ଦ୍ୱାରା ସେମାନେ ଯଦି ପ୍ରଭାବିତ ହୋଇନଥାନ୍ତେ ତେବେ ଲିଙ୍କ – ହାଉସ୍ ର ପରିକଳ୍ପନା କରାଯାଇ ପାରିନଥାନ୍ତା ଏବଂ ସେଇ ଗେ।ଦ।ମ ଘରୁ ହିଁ ଲିଙ୍କ ଓ ପ୍ୟାଟ୍ରିୟଟ୍ ପ୍ରକାଶ ପାଉଥାଆନ୍ତା ।
ପଟ୍ଟନାୟକ ପରବର୍ତ୍ତୀ କାଳରେ କଟକ ସହରରୁ କଳିଙ୍ଗ ନାମକ ଏକ ଦୈନିକ ଓଡିଆ ସମ୍ବାଦପତ୍ର ପ୍ରକାଶ କରି ଓଡିଶାର ସାମ୍ବାିକତା କ୍ଷେତ୍ରରେ ଏକ ନୂତନ ଯୁଗର ଐୟମାରମ୍ଭ କରିଥିଲେ ।
ସେ ସୁନାମଧନ୍ୟ କବି ତଥା କମ୍ୟୁନିଷ୍ଟ ନେତା ମନମୋହନ ମିଶ୍ରଙ୍କୁ ଏହାର ସଂପାଦକ ଏବଂ ଶ୍ରୀ ବୈଦ୍ୟନାଥ ମିଶ୍ରଙ୍କୁ ଜେନେରାଲ୍ ମ୍ୟାନେଜର୍ ଭାବେ ନିଯୁକ୍ତି ଦେଇଥିଲେ ଏହା ବ୍ୟତୀତ ସୁନାମଧନ୍ୟ କବି ଜ୍ଞାନେନ୍ଦ୍ର ବର୍ମା, ଭାନୁଜୀ ରାଓ, ଅଧ୍ୟାପକ ଦୀପକ ମିଶ୍ର, ଅଧ୍ୟାପକ କୃଷ୍ଣଚନ୍ଦ୍ର ମହାନ୍ତି, ବିଜୟ ପଟ୍ଟନାୟକ, ସୁରିତ ପଟ୍ଟନାୟକ ପ୍ରମୁଖଙ୍କୁ ଏହାର ସଂପାଦନା ମଣ୍ଡଳୀର ସଦସ୍ୟ ଭାବରେ ମଧ୍ୟ ନିଯୁକ୍ତି ଦେଇଥିଲେ ।
ସେତେବେଳେ ସାମ୍ବାଦିକ ମାନଙ୍କୁ ପ୍ରୟାତଃ, ସମ୍ମାନଜନକ ବେତନ ଦିଆଯାଉନଥିଲା । ମାତ୍ର ବିଜୁ ବାବୁ ସମ୍ବାିଦିକ ମାନଙ୍କୁ ସମ୍ମାନଜନକ ବେତନ ଦେବାର ବ୍ୟବସ୍ଥା କରିଥିବାରୁ ଘରୋଇ କଲେଜରେ ଅଧ୍ୟାପନା କରୁଥିବା ଦୀପକ ମିଶ୍ର ଓ କୃଷ୍ଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଅଧ୍ୟାପକ ଚାକିରୀରୁ ଇସ୍ତଫା ଦେଇ କଳିଙ୍ଗର ସଂପାଦନା ମଣ୍ଡଳୀରେ ଯୋଗେଇଥିଲେ ।
ପରବର୍ତ୍ତୀ ସମୟରେ ସୁରେନ୍ଦ୍ର ମହାନ୍ତିଙ୍କ ଭଳି ବିଶିଷ୍ଟ ସାହିତ୍ୟକ ଏହାର ସଂପାଦନା ଦ।ୟିତ୍ୱ ତୁଳାଇଥିଲେ । ଏହା ଓଡିଶାର ସାମ୍ବାଦିକ ପେଷାରେ ଏକ ବିପ୍ଲବ ସୃଷ୍ଟି କରିଥିଲା ।
ସାମ୍ବାଦିକ ମାନଙ୍କ ପ୍ରତି ବିଜୁ ବାବୁଙ୍କ ମନରେ ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ଥିଲା ତେଣୁ ସାମ୍ବାଦିକ ମାନେ ତାଙ୍କୁ ଯେତେ
କଠୋର ସମାଲୋଚନା କଲେ ମଧ୍ୟ ସେ କେବେ ହେଲେ କ୍ଷୁଦ୍ର ହେଉ ନଥିଲେ ।
ବରଂ ତାଙ୍କର କଠୋର ସମାଲୋଚକ ମାନଙ୍କୁ କହୁଥିଲେ, ‘ମୋ ବିରୋଧରେ ଲେଖିବା ଦ୍ୱାରା ପ୍ରମାଣିତ କରୁଛ, ଯେ ତୁମେମାନେ ମୋତେ ଗଭୀର ଭାବରେ ଭଲପାଅ ଏବଂ କେବେ ହେଲେ ଭୁଲିପାରିବ ନାହିଁ’ ।
ଓଡ଼ିଶା ଡ଼ଟ୍ କମ୍
Leave a Reply