Site icon Odisha.com

୧୦୧ ବର୍ଷ ବୟସରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ମାର୍ଚ୍ଚ ୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାୟକ ବୁଧବାର ୧୦୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ।

୯ ମାର୍ଚ୍ଚ ୧୯୧୦ରେ ସନ୍ତପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ନାୟକ ଅଗଷ୍ଟ ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଛାତ୍ରବସ୍ଥାରୁ ସେ ରାଜନୈତିକ କାର୍ଯ୍ୟସହ ସଂପୃକ୍ତ ହୋଇଥିଲେ ।

ଏହି ସମୟରେ ଚାଲର୍ସ ହାର୍ଡ଼ିଙ୍ଗ ଭାରତର ଭାଇସରଏ ଓ ହର୍ବଟ ହେନ୍ରି ଆସ୍କୁଇଥ୍ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।

ସେ ତିନି ବର୍ଷ କାରାଣ୍ଡ ବରଣ କରିଥିବା ବେଳେ ୧୯୩୪ରେ କେନ୍ଦ୍ରାପଡ଼ାରେ ଜାତିରି ପିତା ମହାତ୍ମା ଗାନ୍ଧିଙ୍କ ସହ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

ସେ ସ୍ୱାଧିନତା ପରେ ବହୁ ନିର୍ବାଚନରେ ବିଜୟି ହୋଇଥିବା ବେଳେ ୧୯୫୩ରେ କେନ୍ଦ୍ରାପଡ଼ା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଓ ତିନି ଥର ଡ଼େରାବିସ ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଛନ୍ତି । ସତୁରୀ ଦଶକରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

ତାଙ୍କ ୧୦୧ ତମ ଜନ୍ମ ଦିନରେ ବୁଧବାର ଜିଲ୍ଲାରେ ଶୋଭାଯାତ୍ରା, ସାଧାରଣ ସଭାର ଆୟୋଜନ କରାଯାଇଥିବା ବେଳେ ଏକ ସ୍ମରଣିକା ଉନ୍ମୋଚନ କରାଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ଜିଲ୍ଲାର କଟକ ଗ୍ରାମ ସ୍ଥିତ ତାଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବର୍ତ୍ତମାନ ମଧ୍ୟ ପ୍ରତିିଦିନ ସକାଳେ ଖବରକାଗଜ ପଢନ୍ତି ଓ ଅନ୍ୟ ଲୋକଙ୍କ ସହାୟତାରେ ଚଲାବୁଲା କରୁଛନ୍ତି । ତାଙ୍କ ପରେ ସହରର ମୁଖ୍ୟ ରାସ୍ତାକୁ ନାୟକଙ୍କ ନାମରେ ନାମିତ କରିବା ପାଇଁ ରାଜନଗର ବିଧାୟକ ଅଲେଖ ଜେନା ପ୍ରସ୍ତାବ ଦେଇଛନ୍ତି ।

“”ଜଣେ ସ୍ୱାଧିନତା ସଂଗ୍ରାମୀ, ବିଧାୟକ, ସମାଜସେବୀ, ଓଡ଼ିଶା ସ୍ୱାଧିନତା ସଂଗ୍ରାମୀ ସଂଘର ସଭାପତି ଓ ସର୍ବ ଭାରତୀୟସ୍ୱାଧିନତା ସଂଗ୍ରାମୀ ସଂଘର ଉପସଭାପତି ଭାବେ କାର୍ଯ୍ୟ କରି ୧୦୧ ବର୍ଷ ପୂରଣ କରିଛି” ସେ କହିଛନ୍ତି ।

“”ସ୍ୱାଧିନତା ପୂର୍ବରୁ ଆମେ ବ୍ରିଟିଶ୍ଙ୍କଙ୍କ ଚାକର ଥିଲୁ କିନ୍ତୁ ସେମାନେ ଚାଲି ଯିବା ପରେ ମନ୍ତ୍ରୀ ଓ ପ୍ରଶାସନଙ୍କୁ ଆମ ସମ୍ମୁଖରେ ଛାଡ଼ି ଦେଇଗଲେ ଯାହା ବେଶ କୌତୁହଳ” ସେ କହିଛନ୍ତି ।

“”ବର୍ତ୍ତମାନ ଯୁଗରେ ନାୟକଙ୍କ ଭଳି ଜଣେ ବ୍ୟକ୍ତି ମିଳିବା କଷ୍ଟକର, ଆଗାମୀ ପିଢୀ ପାଇଁ ସେ ରୋଲ ମୋଡ଼େଲ ହେବା ଉଚିତ୍” ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି କହିଛନ୍ତି ।

ନାୟକଙ୍କ ଚାରି ପୁଅ, ତିନି ଝିଅ, ପାଞ୍ଚ ନାତି, ତିନି ଅଣନାତୁଣୀ ଓ ଦୁଇ ଅଣ ନାତି ଅଛନ୍ତି । ମୁଁ ସର୍ବଦା ହସିବାକୁ ଭଲପାଏ ଏବଂ ଖୁସ୍ ରହିବାକୁ ଚାହେଁ । ବିଗତ ୧୦୧ ବର୍ଷ ଭିତରେ ବହୁତ ପରିବର୍ତ୍ତନ ଦେଖିଛି ।

ସେଥିମଧ୍ୟରୁ କେତେକ ଭଲ ଓ ଅନ୍ୟ କେତେକ ଖରାପ, ସେ କହିଛନ୍ତି । ତାଙ୍କର ସ୍ମରଣ ଶକ୍ତି ଓ ସ୍ୱାସ୍ଥ୍ୟ ଠିକ୍ ଅଛି ବୋଲି ନାୟକଙ୍କ ପୁଅ ବିଚିତ୍ର ନାୟକ, ୫୬ କହିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version