Site icon Odisha.com

ପୋସ୍କୋ: କେନ୍ଦ୍ର ନିକଟରେ ସରକାରଙ୍କ ଜବାବ୍ ଦ।ଖଲ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଅପ୍ରେଲ ୧୩(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରେ କୌଣସି ଜଙ୍ଗଲ ଆଇନ ଉଲଂଘନ କରାଯାଇ ନାହିଁ ଓ ସେଠାରେ ଆଦିବାସୀ କିମ୍ବା ପାରମ୍ପରିକ ଜଙ୍ଗଲ ଅଧିବାସୀ ବସବାସ କରୁନାହାନ୍ତି ବୋଲି ରାଜ୍ୟ ସରକାର ବୁଧବାର କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ନିକଟରେ ଜବାବ୍ ଦ।ଖଲ କରିଛନ୍ତି ।

ପ୍ରସ୍ତାବିତ ଅଞ୍ଚଳରେ ଜଙ୍ଗଲ ଅଧିକାର ଆଇନ ୨୦୦୬ର ସଠିକ୍ କାର୍ଯ୍ୟକାରୀ କରାଯାଇଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମନ୍ତ୍ରାଳୟକୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି ।

ସଂପୃକ୍ତ ଅଞ୍ଚଳରେ ଜଙ୍ଗଲ ଜମି ଅଧିକାର ଆଇନ ଉଲ୍ଲଂଘନ କରାଯାଇଥିବା ବେଳେ ସେଠାରେ ଆଦିବାସୀ ଅଛନ୍ତି ବୋଲି ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଅଭିଯୋଗ କରାଯାଇଥିଲା ।

ଅଭିଯୋଗ ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଏସଂପର୍କରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ଏହି ଅଭିଯୋଗ ସଂପର୍କରେ ଜଗତସିଂହପୁର ଜିଲ୍ଲାପାଳ ଓ ହରିଜନ, ଆଦିବାସୀ କଲ୍ୟାଣ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଗତ ଜାନୁୟାରୀ ୩୧ରେ ପୋସ୍କୋ ପ୍ରକଳ୍ପକୁ ସର୍ତ୍ତମୂଳକ ପରିବେଶ ମଞ୍ଜୁରୀ ପ୍ରଦାନ କରିଥିଲେ । ତେବେ ପ୍ରକଳ୍ପକୁ ଚୁଡ଼ାନ୍ତ ମଞ୍ଜୁରୀ ବୋ ପାଇଁ ସରକାରଙ୍କ ପକ୍ଷରୁ ଏହି ଜବାବ୍ ଦ।ଖଲ କରାଯାଇଛି ।

ପ୍ରକଳ୍ପ ପାଇଁ ୪୦୦୦ ଏକର ଜମି ଆବଶ୍ୟକ ଥିବା ବେଳେ ସେଥି ମଧ୍ୟରୁ ପ୍ରାୟ ୨୯୦୦ ଏକ ଜଙ୍ଗଲ ଜମି ରହିଛି ।

ଓଡିଶା ଡଟ୍ କମ୍

Exit mobile version