Site icon Odisha.com

ନାଲ୍କୋ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗୁଁ ରୋଗୀ ଉପକୃତ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଅପ୍ରେଲ ୧୬(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାରଙ୍କ ଅଧିନରେ ପରିଚାଳିତ ନବରତ୍ନ ମାନ୍ୟତାପ୍ରାପ୍ତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ(ନାଲ୍କୋ)ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଯୋଗୁଁ କୋରାପୁଟ ଜିଲ୍ଲାର ଅଧିକାଂଶ ରୋଗୀ ଉପକୃତ ହୋଇଛନ୍ତି ।

କମ୍ପାନୀ କର୍ପୋରେଟ୍ ସୋସିଆଲ ରେସ୍ପନ୍ସିବିଲିଟି(ସିଏସ୍ଆର୍) ଯୋଜନାରେ ଗୁରୁତ୍ୱ ପ୍ରଦାନ କରି ଏହାର ପ୍ରକଳ୍ପ ସଂଲଗ୍ନ ଅଞ୍ଚଳରେ ଥିବା ଗ୍ରାମ ଗୁଡ଼ିକରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି ।

ବିଶେଷ କରି କୋରାପୁଟ ଜିଲ୍ଲାରେ ଯେଉଁଠାରେ କମ୍ପାନୀର ଖଣି ଓ ବିଶୋଧନ ପ୍ରକଳ୍ପ କାର୍ଯ୍ୟ କରୁଛି ସେହି ଅଞ୍ଚଳରେ ଥିବା ଦୁର୍ଗମ ଅଞ୍ଚଳକୁ କମ୍ପାନୀ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି ।

ଗତ ଦୁଇ ବର୍ଷ ମଧ୍ୟରେ ନାଲ୍କୋ ପକ୍ଷରୁ ୮୨୦ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ।ମନଯୋଡ଼ିର ପାରିପାର୍ଶିକ ୧୬୦ଟି ଗ୍ରାମରେ ଆୟୋଜନ କରାଯାଇଥିବା କମ୍ପାନୀ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ।

କୋରାପୁଟ, ନାରାୟଣପାଟଣା, ଶମନ୍ତପୁର, ସେମିଳିଗୁଡ଼ା ଓ ଲକ୍ଷ୍ମୀପୁର ବ୍ଲକରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର ଜରିଆରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ଏହି ଶିବିର ମାଧ୍ୟମରେ ୪୮,୦୦୦ ରୋଗୀଙ୍କ ଚିକିତ୍ସା କରାଯାଇ ମାଗଣାରେ ଔଷଧ ବଣ୍ଟନ କରାଯାଇଛି ।

ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର ସହିତ ଯାଉଥିବା ଚିକିତ୍ସକ, ଫାର୍ମାସିଷ୍ଟ ଓ ଅନ୍ୟ କର୍ମଚାରୀମାନେ ପାରିପାର୍ଶିକ ଅଞ୍ଚଳରେ ଥିବା ସମସ୍ତ ଗ୍ରାମକୁ ସପ୍ତାହରେ ଛଅ ଦିନ ଯାଇଥାନ୍ତି ।

ଏହାବ୍ୟତୀତ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ମଧ୍ୟ ନାଲ୍କୋ ଆର୍ଥିକ ସହାୟତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଆସୁଛି ।

୨୦୦୮-୦୯ରେ ବିଭିନ୍ନ ଯୋଜନା ମାଧ୍ୟମରେ କମ୍ପାନୀ ୧୪.୩୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୨୦୦୯-୧୦ରେ ୫.୯ କୋଟି ଟଙ୍କା ପ୍ରାନ କରିଛି ।

ସଂପୃକ୍ତ ଅଞ୍ଚଳରେ ପାରିପାର୍ଶିକ ଉନ୍ନୟନ ଏବଂ ଥଇଥାନ ଯୋଜନା ପାଇଁ ଗଠନ କରାଯାଉଥିବା ପରାମର୍ଶଦାତା କମିଟି କ୍ଷିଣାଞ୍ଚଳ ଆର୍ଡ଼ିସିଙ୍କ ଅଧିନରେ କାର୍ଯ୍ୟ କରୁଛି ।

ଓଡିଶା ଡଟ୍ କମ୍

 

Exit mobile version