Site icon Odisha.com

ରେଳରୋକ କରି ଶତାଧିକ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା,ଅପ୍ରେଲ ୧୭(ଓଡ଼ିଶା ଡ଼ଟ୍ କମ୍) ରେଳ ଚଳାଚଳ ଦାବିରେ ରବିବାର ରାଉରକେଲା ଡେଭଲପମେଣ୍ଟ ଷ୍ଟିଅରିଂ କମିଟି ପକ୍ଷରୁ ରେଳ ରୋକ କରାଯାଇଥିବା ବେଳେ ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ।

ଆନ୍ଦୋଳନକାରୀମାନେ ରେଳ ଲାଇନ ଉପରେ ବସି ରହି ରେଳ ରୋକ କରିବାରୁ ବହୁ ସମୟ ଧରି ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସିଟୁ ରାଜ୍ୟ ସାଧାରଣ ସମ୍ପାଦକ ମହାନ୍ତିଙ୍କ ସମେତ ପ୍ରାୟ ଚାରିଶହରୁ ଊଦ୍ଧ୍ୱର୍ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି ।

ରେଳବାଇ ଅବହେଳା ବିରୁଦ୍ଧରେ ସିପିଆଇଏମ୍, ସିପିଆଇ,ଏସୟୁସିଆଇ, ସିଟୁ, ଗୁରୁସିଂହ ସଭା,ଚାମ୍ବ ରଅଫ୍ କମର୍ସ ସମେତ ବିଭିନ୍ନ ସଂଗଠନ ଏହି ରେଳରୋକରେ ଯୋଗ ଦେଇଥିଲେ ।

ରେଳବାଇ ଅବହେଳାକୁ ବରାସ୍ତ କରାଯିବ ନାହିଁ ଓ ଏହା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି  ଆନ୍ଦୋଳନକାରୀମାନେ ସ୍ଲୋଗାନ ଦେଇଥିଲେ । ଏହାକୁଦୃଷ୍ଟିରେ ରଖି ରେଳଷ୍ଟେସନ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୧୪୪ ଧାରା ଜାରି କରାଯାଇଥିଲା ।

ଓଡିଶା ଡଟ୍ କମ୍

Exit mobile version