Site icon Odisha.com

ଶ୍ରାଦ୍ଧ ଦିବସରେ ରାଜ୍ୟବ୍ୟାପୀ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୧୭ (ଓଡିଶା ଡଟ୍ କମ୍) ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଚତୁର୍ଦ୍ଦଶ ଶ୍ରାଦ୍ଧବାର୍ଷିକୀରେ ରବିବାର ତାଙ୍କୁ ରାଜ୍ୟବ୍ୟାପୀ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ସକାଳୁ ସ୍ଥାନୀୟ ବିନ୍ଦୁ ସାଗରରେ ବିଜୁ ଜନତା ଦଳର ବିଧାୟକ ଓ ନେତାମାନେ ତିଳତର୍ପଣ କରିଥିଲେ । ଏହି  ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କଟକ ଆନନ୍ଦ ଭବନରେ ମଧ୍ୟ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ସ୍ଥାନୀୟ ବିଜୁପଟ୍ଟନାୟକ ପାର୍କ ଏବଂ ବିଧାନସଭା ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଛନ୍ତି ।

ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମୀ ମାନଙ୍କୁ ଆହ୍ୱାନ େଇଛନ୍ତି । ତାଙ୍କ ସ୍ୱପ୍ନ ପୂରଣ ପାଇଁ ବିଜୁ ଜନତା ଦଳ କାର୍ଯ୍ୟ ଜାରି ରଖିଛି ବୋଲି ସେ କହିଛନ୍ତି ।

ଏହା ସହିତ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏକ ସ୍ମୃତିସଭାର ଆୟୋଜନ କରାଯାଇ ବିଜୁବାବୁଙ୍କ ସ୍ମୃତିଚାରଣ  କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version