Site icon Odisha.com

ସୂତାକଳରେ ଅଗ୍ନିକାଣ୍ଡ, ଦୁଇ ଶ୍ରମିକ ଗୁରୁତର

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ରାଉରକେଲା, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲାର ଏକ ସୂତାକଳରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଦୁଇ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

କିରେଇ ସ୍ଥିତ ଅଶୋକ ସିନ୍ଥେଟିକ୍ ପ୍ରାଇଭେଟ ଲିମିଟେଡ଼୍ର ଦୁଇଟି ବିଭାଗରେ ସକାଳେ ହଠାତ୍ ନିଅାଁ ଲାଗିଯିବାରୁ ଏହାକୁ ଆୟତ୍ତ କରାଯାଇଥିଲା । କିନ୍ତୁ ଏହାର କେତେ ଘଣ୍ଟାପରେ ପୁଣି ନିଅାଁ ଲାଗିଯାଇଥିଲା ।

ଅଗ୍ନିକାଣ୍ଡ ଯୋଗୁଁ ସୂତାକଳର ପ୍ରାୟ ଦୁଇ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସଂପତ୍ତି ନଷ୍ଟ ହୋଇଯାଇଛି । ଆହତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଏପରି ହୋଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ପରେ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଓଡିଶା ଡଟ୍ କମ୍

Exit mobile version