Site icon Odisha.com

ପାଗଳ ମାଡ଼ରେ ନାବାଳକର ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା

କେନ୍ଦୁଝର, ଅପ୍ରେଲ ୧୪(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲାର ଏକ ସ୍ଥାନରେ ପାଗଳର ମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ପୋଲିସ ଗୁରୁବାର କହିଛି ।

ଠାକୁରାଣୀ କଲୋନୀରେ ବୁଧବାର ରାତିରେ ସଂପୃକ୍ତ ପାଗଳ ଜଣେ ଆଠ ବର୍ଷ ବୟସର ବାଳକକୁ ନିର୍ମମ ଭାବେ ପିଟି ପିଟି ମାରିଦେବା ପରେ ସ୍ଥାନୀୟ ଲୋକମାନେ ମଧ୍ୟ ପାଗଳକୁ ପିଟିପିଟି ମାରିଦେଇଛନ୍ତି ।

ନାବାଳକ ଜଣକ ରାମନବମୀ ଉତ୍ସବ ଦେଖିବାକୁ ଯାଇଥିବା ବେଳେ ସନ୍ଧ୍ୟା ହୋଇଥିବାରୁ ସେ ନିଜ ପିଉସୀ ଘରକୁ ନଯାଇ ନିକଟରେ ଥିବା ଏକ ଘର ବାରଣ୍ଡାରେ ଆଶ୍ରୟ ନେଇଥିଲା । ସେହିସ୍ଥାନକୁ ଏକ ପାଗଳ ପହଞ୍ଚି ବାଳକକୁ ପିଟିପିଟି ମାରିଦେଇଥିଲା ।

ଓଡିଶା ଡଟ୍ କମ୍

Exit mobile version