ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା
ପୁରୀ, ଅପ୍ରେଲ ୧୫(ଓଡ଼ିଶା ଡ଼ଟ୍ କମ୍) ମସ୍କୋ ଠାରେ ହେବାକୁ ଥିବା ତୃତୀୟ ବିଶ୍ୱ ବାଲୁକା କଳା ଚାମ୍ପିୟନସିପ୍ରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁନଃ ମନୋନୀତ ହୋଇଛନ୍ତି ।
“ମାଷ୍ଟରପିସ୍ ଅଫ୍ ଇଟାଲିଅନ ଆର୍ଟ’ ଏହି ଚାମ୍ପିୟନସିପ୍ର ବିଷୟବସ୍ତୁ ରହିଥିବା ବେଳେ ଏହା ଆସନ୍ତା ମଇ ୪ରୁ୧୧ ପର୍ଯ୍ୟନ୍ତ ହେବ ଓ ଏହାର ଉଚ୍ଚତା ୨.୫ ମିଟର ରହଛି ।
ଏହି ପ୍ରତିଯୋଗିତାରେ ଅନ୍ୟ ନଅଟି ଦେଶ ଯଥା ଋଷିଆ, ଇଟାଲି, ଆଇସଲ୍ୟାଣ୍ଡ, କେଚ୍ ରିପବ୍ଲିକ୍, ବୁଲଗେରିଆ, ହଲାଣ୍ଡା, ୟୁକ୍ରେନ୍, ବେଲଜିଅମ୍ ଏବଂ ସ୍ପେନର ଶିଳ୍ପୀମାନେ ଅଂଶଗ୍ରହଣ କରିବେ ।
ଚୟନ କମିଟି ଅଧ୍ୟକ୍ଷଙ୍କ ଠାରୁ ଶୁକ୍ରବାର ସରକାରୀ ଭାବେ ନିମନ୍ତ୍ରଣ ପାଇଛି ବୋଲି ସୁଦର୍ଶନ କହିଛନ୍ତି । କଳାକୃତି ମାଧ୍ୟମରେ ମୁଁ ଏକ ସାମାଜିକ ବାର୍ତ୍ତା ପଠାଇବାକୁ ଚେଷ୍ଟା କରିବି, ସେ କହିଛନ୍ତି ।
ସୁଦର୍ଶନ ୩୭ରୁ ଉଦ୍ଧ୍ୱର୍ ଅନ୍ତର୍ଜାତିକ ବାଲୁକା କଳା ଚାମ୍ପିୟନସିପ୍ରେ ଅଂଶଗ୍ରହଣ କରି ବହୁ ପୁରସ୍କାର ଜିତିଛନ୍ତି ।
ଓଡିଶା ଡଟ୍ କମ୍