Site icon Odisha.com

ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ଉପରେ ଡ଼ିପ୍ଲୋମା ପାଠ୍ୟକ୍ରମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ଏଲ୍ବିଆଇଆଇଏଚ୍ଏମ୍ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଉପରେ ଏକ ଛଅ ମାସିଆ ଡ଼ିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛି ।

ଏହା ଉପରେ ଛାତ୍ର ମାନଙ୍କୁ ତାଲିମ ଦେବା ନିମନ୍ତେ ପ୍ରଥମ ଥର ପାଇଁ ପାଠ୍ୟକ୍ରମ ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହାର ପ୍ରଥମ ବ୍ୟାଚ୍ରରେ ୧୫ ଜଣ ଛାତ୍ର ରହିବେ ଓ ସେମାନେ ଉଭୟ ଥିଓରି ଏବଂ ପ୍ରାକ୍ଟିକାଲ ପରୀକ୍ଷା ଦେବେ । ଉତ୍ତମ ଓଡ଼ିଆ ଖାଦ୍ୟ , ସ୍ନାକ୍ସ, ମେନ୍ କୋର୍ସ, ମିଠା ଏବଂ ପାନୀୟ ଉପରେ ତାଲିମ ଦିଆଯିବ ।

ଛାତ୍ର ମାନଙ୍କୁ ତାଲିମ,ଚାକିରି ଦେବା ପାଇଁ ଏହା ଦିଲ୍ଲୀ ହାଟରେ ଥିବା ଓଡ଼ିଆଖାଦ୍ୟ ଷ୍ଟଲ ସହ ଚୁକ୍ତି କରିଛି ।

“”ଓଡ଼ିଆ ଖାଦ୍ୟ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ କିନ୍ତୁ ବାହାରେ ଏଗୁଡ଼ିକର ପ୍ରଚାର ହୋଇ ପାରୁନାହିଁ । ତେଣୁ ଆମେ ଏହି ଛଅ ମାସିକିଆ ଡ଼ିପ୍ଲୋମା କୋର୍ଟ ଆରମ୍ଭ କରିଛୁ । ଏହା୍ୱାରା ଏକ ଓଡ଼ିଆଖାଦ୍ୟ ପ୍ରସ୍ତୁତି ଦଳଙ୍କ ରାଷ୍ଟ୍ରଦୂତ ତିଆରି କରିବୁ ଓ ସେମାନେ ଏହି ଖାଦ୍ୟକୁ ସମଗ୍ର ବିଶ୍ୱରେ ପରିଚିତ କରିବେ” ଏହାର ନିର୍ଦ୍ଦେଶକ କମଳ କୁମାର କହିଛନ୍ତି ।

ଉକ୍ତ ପାଠ୍ୟକ୍ରମ ପାଇଁ ଦଶମ ପାସ୍ ଯୋଗ୍ୟତା ତଥା ଇଂରାଜୀ ଓ ହିନ୍ଦୀରେ ଜ୍ଞାନ ଥିବା ଆବଶ୍ୟକ । ପାଠ୍ୟକ୍ରମ ପାଇଁ ଫି ୪୫ ହଜାର ଟଙ୍କା(ପାଠ୍ୟ ସାମଗ୍ରୀ, ପୋଷାକ ଏବଂ ପରୀକ୍ଷା ଫି) । ଏହାସହ ହଷ୍ଟେଲରେ ରହଣି ପାଇଁ ଅଲଗା ଫି ଦେବାକୁ ପଡ଼ିବ ।

ଏହା ଶତପ୍ରତିଶତ ଚାକିରି ଭିତ୍ତିକ ଓ ଛାତ୍ରମାନେ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଦରମା ପାଇପାରିବେ, ସେ କହିଛନ୍ତି ।

ଅଧିକ ଜାଣିବା ପାଇଁ ଯୋଗାଯୋଗ କରିବାର ଠିକଣା: ଏଲ୍ବିଆଇଆଇଏଚ୍ଏମ୍ , ବି-୯୮, ପୁଷ୍ପାଞ୍ଜଳୀ ଏନ୍କ୍ଲେଭ୍, ଆଉଟର ରିଙ୍ଗ ରୋଡ଼, ପିତାମ୍ପୁରା, ଦିଲ୍ଲୀ-୧୧୦୦୩୪, ଫୋନ୍: ୦୯୫୬୦୮୯୫୪୮୨, ୦୯୨୧୦୮୮୬୬୩୨, ୱେବ ସାଇଟ୍: www.lbiihm.com

ଭୁବନେଶ୍ୱର କାର୍ଯ୍ୟାଳୟ(ଆଡ଼୍ମିସନ ପାଇଁ): ୦୬୭୪-୨୩୧୩୧୧୦, ୮୦୧୮୫୯୫୩୦୭ ।

ଓଡ଼ିଶା ଡ଼ଟ୍ କମ୍

Exit mobile version