Site icon Odisha.com

କୋରାପୁଟ: ବିପୁଳ ପରିମାଣର ବିସ୍ଫୋରକ ଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ,ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାର ଏକ ସ୍ଥାନରୁ ପୋଲିସ ଗୁରୁବାର ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଦେଓମାଳି ଠାରୁ ତିନି କିଲୋମିଟର ଦୂରରେ ଏକ ଝରଣା ନିକଟରୁ ଦୁଇଟି ସ୍ଥାନରେ ବିଛାଯାଇଥିବା ଲ୍ୟାଣ୍ଡମାଇନ୍ ଓ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିବା ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମିଳନୀରେ କହିଛନ୍ତି ।

ଦେଓମାଳି ପର୍ବତରେ ମାଓବାଦୀ, ଚାଷୀମୂଲିଆ ଆଦିବାସୀ ସଂଘର ଏକ ବିରାଟ ସଭା ଅନୁଷ୍ଠିତ ହୋଇଥିବା ବେଳେ ସଭାସ୍ଥଳକୁ ପୋଲସକୁ ଯିବାକୁ ନଦେବା ପାଇଁ ଲ୍ୟାଣ୍ଡମାଇନ ବିଛାଯାଇଥିବା ସେ କହିଛନ୍ତି ।

ସେଠାରୁ ଡିଟୋନେଟର, ୧୮୦ଟି ଜିଲୋଟିନ୍ ଷ୍ଟିକ୍, ୩୦ ମିଟର ତାର ଏବଂ ୫୦ କିଗ୍ରାରୁ ଉଦ୍ଧ୍ୱର୍ ବିସ୍ଫୋରକ ଉଦ୍ଧାର କରାଯାଇଛି । ଏସ୍ପିଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଦେଓମାଳି ରାସ୍ତାରେ ଅନୁସଂଧାନ ପାଇଁ ଯାଇଥିବା ବେଳେ ଦୁଇଟି ସ୍ଥାନରୁ ଲ୍ୟାଣ୍ଡମାଇନ୍ ଓ ବିସ୍ଫୋରକ ସାମଗ୍ରୀ ପାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version