• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବେଦାନ୍ତ ର ଅସଲ ପରାଜୟ ଲୋକଙ୍କ ପାଖରେ(ଖୋଲା ବିଚାର)

April 23, 2011 by ଓଡିଶା ଡଟ କମ

ମହାମେଘବାହାନ ଐର ଖାରବେଳ ସ୍ୱାଇଁ, ପୂର୍ବତନ ସାଂସଦ

ଯେଉଁ ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ରେ ପ୍ରତିଷ୍ଠା ପାଇଁ ୧୯୯୬ରେ କଳାହାଣ୍ଡି ସାଂସଦ ଦାବି କରିଥିଲେ ମଧ୍ୟ ଆଜି ସେ ଓ ତାଙ୍କର ଦଳ ଏହାର ବିରୋଧ କରିବା ତଥା ବିରୋଧ କରି ବିଫଳ ମଧ୍ୟ ହେବା ଏକ ଆଶ୍ଚର୍ଯ୍ୟ ବିଷୟ ।

ବୈତିତ୍ର ହେଉଛି ଯେଉଁ କେନ୍ଦ୍ରୀୟ ସରକାରର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ପରିବେଶ ସୁପାରିଶ ଯୋଗୁଁ ବେଦାନ୍ତ ଆଲୁମିନା ସେଠାରେ ତା’ର ବର୍ଷକୁ ୧୦ ଲକ୍ଷ ଟନ୍ ଆଲୁମିନା ଉତ୍ପାନ ଆରମ୍ଭ କରିଥିଲା ଓ ସେତେବେଳ ରାହୁଲ ଗାନ୍ଧୀ ଏହି ସୁପାରିଶକୁ ବିରୋଧ କରିନଥିଲେ ।

ସେହି ମନ୍ତ୍ରାଳୟ ଆଜି ପରିବେଶ ସୁପାରିଶ ପ୍ରତ୍ୟାହାର କରିେଇଛି ଓ ଏହାର ମାତ୍ର ଦୁଇ ଦିନ ମଧ୍ୟରେ ରାହୁଲ ଗାନ୍ଧୀ ଆସି ଏହାର କୃତିତ୍ୱ ପରୋକ୍ଷ ଭାବରେ ନିଜେ ନେଇ ନିଜକୁ ଆଦିବାସୀଙ୍କ ସିପାହୀ ହିସାବରେ ଉପସ୍ଥାପିତ କରୁଛନ୍ତି ।

ଏହାର ବୈଚିତ୍ରକୁ ନିଜେ ଅନୁଶୀଳନ କରିବା ପାଇଁ ପ୍ରାବନ୍ଧିକ ଗତ ସପ୍ତାହରେ ଲାଞ୍ଜିଗଡ଼ ଓ ନିୟମଗିରି ପାହାଡ଼ ତଥା ତା’ ଉପରେ ଥିବା ଡ଼ୋଙ୍ଗରିଆ ଓ କୁଟିଆ କନ୍ଧ ମାନଙ୍କ ଗାଁକୁ ଯାଇଥିଲା ତଥା ସେଠାରେ ଲୋକ ମାନଙ୍କ ସହ ବସି ଘଣ୍ଟାଘଣ୍ଟା କଥା ହୋଇଥିଲା । କଥା ହେବାର ଅଳ୍ପ କେଇ ମୁହୁର୍ତ୍ତ ମଧ୍ୟରେ ବେଦାନ୍ତ ସେଠାରେ କାହିଁକି ଜନସମର୍ଥନ ହରାଇଛି, ତାହା ବେଶ ବୁଝିହୋଇଗଲା ।

ବେଦାନ୍ତ ଆଲୁମିନା ସେଠାରେ ପ୍ରତିଷ୍ଠା ହେବା ବେଳେ ସେଠାରେ ଥିବା ଜଣେ କ୍ଷ ଆଇଏଏସ୍ ଜିଲ୍ଲାପାଳ ପ୍ରତିିନ ସକାଳୁ ଆସି ପୋଲିସ ସହ ସେହି ଆଦିବାସୀ ଗାଁମାନଙ୍କର ପଥର ଉପରେ ବସି ଲୋକମାନଙ୍କୁ ଗାଁ ଛାଡ଼ି ଦେବାକୁ ବୁଝାଇଥିଲେ ।

ସେ ଗାଁ ପିଣ୍ଡାରେ ବସୁନଥିଲେ କି ଚେୟାର ଉପରେ ବସୁନଥିଲେ । ଲୋକମାନଙ୍କୁ ବୁଝାଉଥିଲେ ଯେ, କମ୍ପାନୀ ଆସିଲେ ସେମାନଙ୍କର ବିକାଶ ହେବ । ଗାଁକୁ ପକ୍କା ସଡ଼କ ତିଆରି ହେବ । ସ୍କୁଲ ପ୍ରତିଷ୍ଟା ହେବ । ବଡ଼ବଡ଼ ଡ଼ାକ୍ତରଖାନା ମଧ୍ୟ ପ୍ରତିଷ୍ଟା ହେବ । ଆଉ ଗାଁ ଲୋକମାନେ ସମସ୍ତେ ଚାକିରି ପାଇବେ ଯାହା ଫଳରେ ସେମାନଙ୍କର ଆର୍ଥିକ ବିକାଶ ହେବ ।

ଯେଉଁ ଆଦିବାସୀମାନେ କଥା ନମାନିଲେ ସେମାନଙ୍କୁ ଜବରସ୍ତ ପୋଲିସ ଗାଡ଼ିରେ ଉଠେଇ ନିଆଗଲା । ମୋଟ ୪ଟି ଗାଁକୁ ଉଠାଇ ଅନ୍ୟତ୍ର କଲୋନୀ ମାନଙ୍କରେ ପୁନର୍ବାସ ଦିଆଗଲା । କିନ୍ତୁ କିଛି ଏନ୍ଜିଓ ମାନେ ଆସି ଏହାକୁ ବିରୋଧ କଲେ ଓ ଜଣେ କନ୍ଧ ନେତା କୁମୁଟା ମାଝୀଙ୍କୁ ମଧ୍ୟ ଲଣ୍ଡନ ନେଇଗଲେ, ସେଠାରେ ଅନ୍ୟ ଆନ୍ତର୍ଜାତିକ ଏନ୍ଜିଓ ମାନଙ୍କ ସହ ମିଶି ବେଦାନ୍ତ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ।

କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ବେଦାନ୍ତ ପ୍ରତିଷ୍ଠା ହେଲା, ସେତେବେଳେ ସେଠାରେ ବିରୋଧି ଦଳର ମୁଖ୍ୟ ନେତାମାନଙ୍କୁ ମଧ୍ୟ ବେଶ୍ ଅର୍ଥ ଦେଇ କିଣି ନିଆଗଲା । ତେଣୁ କେବଳ ସରକାରୀ ଦଳ ନୁହେଁ, ବିରୋଧି ଦଳ ପକ୍ଷରୁ ମଧ୍ୟ କୌଣସି ବିରୋଧ ମଧ୍ୟ ହେଉନାହିଁ ।

ବେଦାନ୍ତ ପଛରେ ଯେ କେବଳ ରାଜ୍ୟ ସରକାର ରହିଲେ ସେତକ ନୁହେଁ, ଜିଲ୍ଲାପାଳଙ୍କୁ ମଧ୍ୟ ଏହି କମ୍ପାନୀ ସେଠାକୁ ଆଣିଥିଲା ବୋଲି ସେଠାକାର ଜନସାଧାରଣଙ୍କ ବିଶ୍ୱାସ । କିନ୍ତୁ ମୁଖ୍ୟ କଥା ହେଲା, ବେଦାନ୍ତ ରାଜ୍ୟ ସରକାର, ରାଜନେତା, ଜିଲ୍ଲାପାଳ, ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ବିଭିନ୍ନ ଉପାୟରେ କରାୟତ୍ତ କରିନେଲା, କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ହୃଦୟକୁ ଯେ ଜିତିବାର ଆବଶ୍ୟକତା ଅଛି, ସେ କଥା ପୂରାପୂରି ଭୁଲିଗଲା ।

ଉାହରଣ ସ୍ୱରୂପ, କାରଖାନା ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ପ୍ରଥମ ଗାଁ ଜଗନ୍ନାଥପୁରରେ ଗାଁ ରାସ୍ତା ନିର୍ମାଣ କରିବା ନିମନ୍ତେ ବେଦାନ୍ତ କେବଳ କେତେ ଗାଡ଼ି ମେଟାଲ ଢାଳି ଦେଇଯାଉଛି । ତା’ ଉପରେ ମୋରମ ମଧ୍ୟ ଢାଳିବାକୁ ଇଚ୍ଛା କରିନାହିଁ । ତେଣୁ ଗାଁ ରାସ୍ତରେ କେହି ଚାଲିକରି ଯାଇପାରୁ ନାହାନ୍ତି । ରାସ୍ତାକୁ ରାସ୍ତା ପଡ଼ିଛି । ଲୋକେ ତା’ ଉପରେ ସତର୍କତାର ସହ ଚାଲିକରି ଯାଉଛନ୍ତି ।

ଗୋଟିଏ ମଧ୍ୟ ଘର ସେହି ଗାଁରେ ବେଦାନ୍ତ ଦ୍ଵାରା ତିଆରି ହୋଇନାହିଁ । ପଶ୍ଚିମ ଓଡ଼ିଶାର ଅତ୍ୟନ୍ତ ଦରିଦ୍ର ଖପରଲି ଘର ରହିଛି ସେହି ଗାଁ ସାରା । ନାଳ ବୋଲି ଯାହା ତିଆରି ହୋଇଛି, ତାହା ଭାଙ୍ଗି ଗଲାଣି ଓ ପୋତି ହୋଇଗଲାଣି ।

କିଛି ଦୂରରେ ଅଛି ବଳଭଦ୍ରପୁର । ସେହି ଗାଁରେ ଅଛି ଭଲ ଘର । ଭାବିଥିଲି ବେଦାନ୍ତ ନିର୍ମାଣ କରିଛି । କିନ୍ତୁ ଜାଣିବାକୁ ପାଇଲି, କମ୍ପାନୀ କାମ କରୁଥିବା ଠିକ।ଦାର ଓ ବାହାରର ଶ୍ରମିକମାନେ ସେହି ଘରଗୁଡ଼ିକ ନିଜେ ତିଆରି କରିଛନ୍ତି । କାରଣ ସେମାନଙ୍କ ପାଖରେ ଅର୍ଥ ଅଛି ।

ତା’ ପରେ ଅଛି ବେଦାନ୍ତ କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ସୃଦୃଶ୍ୟ କଲୋନୀ । ଚାରିପଟରେ ସୃଦୃଶ୍ୟ ପ୍ରାଚୀର ଘେର । ତା’ଭିତରେ ଅଛି ଚମତ୍କାର ଡ଼ିଜାଇନରେ ତିଆରି ଗୋଟିଏ ପ୍ରାସାଦ । ଏହା ହେଉଛି ହସ୍ପିଟାଲ । ନାମ ତା’ର ଆପୋଲୋ ହସ୍ପିଟାଲ । ଏହା କେବଳ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ, ଜମି ହରାଇଥିବା ଡ଼ୋଙ୍ଗରିଆ ବା କୁଟିଆ କନ୍ଧମାନଙ୍କ ପାଇଁ ନୁହେଁ ।

ପାହାଡ଼ ଉପରକୁ ଗଲାବେଳେ ସ୍କୁଲଟିଏ ମଝିବାଟରେ ଅଛି, ଫଳକ ଲଗାଯାଇଛି । ବେଦାନ୍ତ ଦ୍ୱାରା ନିର୍ମିତ ସ୍କୁଲର ଶିକ୍ଷକ ଓ ଅନ୍ୟମାନେ ଜଣାଇଲେ, ବେଦାନ୍ତ ମାତ୍ର ଦୁଇଟି ଶ୍ରେଣୀଗୃହ ନିର୍ମାଣ କରିଛି । ବାକିଗୁଡ଼ିକ ସରକାରଙ୍କ ଦ୍ୱାରା ନିର୍ମିତ । ଏହାଛଡ଼ା ପାହାଡ଼ ଉପରର ଫୁଲକୁମରି ଗାଁକୁ ଚାଲି ଚାଲି ଗଲା ବେଳେ ତିଆରି ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର । ପକ୍କା ଛାତ ମଝିକୁ ମଝିକୁ ବି ଗଲାଣି । ବେଶିିଦିନ ତିଷ୍ଟିବନି, ବାହାରୁ ମଧ୍ୟ ଜଣାପଡ଼ୁଛି, କେବଳ ଇଟା ଉପରେ ଚୂନ ଲେସା ହୋଇଛି ।

ଆଉ ପାହାଡ଼ ଉପରେ ଫୁଲଡ଼ୁମୁରି ଗାଁରେ ଅଛି କିଛି ଇନ୍ଦିରା ଆବାସ । ସେମାନଙ୍କୁ କିଛି ଟିଣ ଖଣ୍ଡ ବେଦାନ୍ତ ଯୋଗାଉଛି । ଯୋଗାଉଛି ମାସକ ପାଇଁ ୧୬ କେଜି ଚାଉଳ ଆଉ କେତୋଟି ଶାଢୀ । ଝରଣାରୁ ବହି ଆସୁଥିବା ଜଳକୁ ପାଇପ୍ ଯୋଗେ ଗାଁ ଭିତରକୁ ଛାଡ଼ି ଦିଆଯାଇଛି । ପାଣି ଯେଉଁଠି ଆସୁଛି ସେଠି ଯେଉଁ ଚାନ୍ଦିନୀ ତିଆରି ହୋଇଛି, ଅଳ୍ପିନ ମଧ୍ୟରେ ଭାଙ୍ଗି ଯିବ ନିଌଲକ୍ସବମ୧୨;ୟ ।

କୌଣସି ଗୋଟିଏ ଜାଗାରେ ବେଦାନ୍ତ ନିଦର୍ଶନ ଛାଡ଼ିନାହିଁ ଯାହା ପ୍ରମାଣ କରିବ, ସ୍ଥାନୀୟ ଗରିବ ଜନସାଧାରଣଙ୍କ ପାଇଁ ବେଦାନ୍ତର ହୃଦୟ ଦ୍ରଵିଭୂତ ହୋଇଛି । କେବଳ ଯେନତେନ ପ୍ରକାରେଣ କିଛି ବାହାରକୁ ଦିଶୁଥିବା ଶସ୍ତା ଓ ନିମ୍ନମାନର କାମ କରିଛି ବେଦାନ୍ତ । ରାୟଗଡ଼ାରୁ ଯେଉଁ ରାସ୍ତାଟି ନିର୍ମାଣ କରିଛି ଲାଞ୍ଜିଗଡ଼ ଯାଏ, ତାହା ହେଉଛି କେବଳ ବକ୍ସାଇଟ ଅନ୍ୟଆଡ଼ୁ ଆଣିବା ପାଇଁ ।

ସ୍ଥାନୀୟ ଯୁବକମାନଙ୍କୁ ପ୍ରଥମେ ତାଲିମ ଦେବାପରେ କୁହାଯାଇଛି, ତାଲିମ ଦିଆଗଲା ଆଉ ଚାକିରି କ’ଣ? ସେହି ତାଲିମକୁ ଲଗାଇ ନିଜେ କାମ ଖୋଜ । ରାଉରକେଲା ପରି, ଆଖପାଖରେ ଯେଉଁ ହୋଟେଲ ସବୁ ଗଢିଉଠିଛି, ସେ ସବୁର ମାଲିକ ହେଉଛନ୍ତି ଉପକୂଳର ଲୋକମାନେ । ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ସରପଞ୍ଚଙ୍କ କହିବା ଅନୁସାରେ ଦି ହଜାର ଟଙ୍କାର ଚାକିରି କିଛି ସେମାନଙ୍କୁ କମ୍ପାନୀ ଦେଇଥିଲେ ଆଜି ଏତେ ଗଣ୍ଡଗୋଳ ହୋଇନଥାନ୍ତା ।

ଆଉ ଶେଷରେ ଗାଁର ପରିବାରମାନଙ୍କୁ ମାସକୁ ୫,୦୦୦ ଟଙ୍କା ବାଣ୍ଟିଛି ବେଦାନ୍ତ । ସେମାନେ ଏହି ଟଙ୍କା ନେଉଛନ୍ତି । କିନ୍ତୁ ବେଦାନ୍ତ ଉପରେ ବିଶ୍ୱାସ ନଥିବାରୁ ଏତେ ସୁନ୍ଦର ପାହାଡ଼କୁ ଛାଡ଼ିବାକୁ ରାଜି ନୁହନ୍ତି ଯାହାକୁ ସେମାନେ କହନ୍ତି ଭଗବାନ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଲୁମିନା, ବେଦାନ୍ତ, ମୁଖ୍ୟ ଖବର

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version