Site icon Odisha.com

ବିଚାରପତିଙ୍କୁ ଦୁର୍ବ୍ୟବହାର଼: ଜଷ୍ଟିସ ନାଇଡ଼ୁ କମିଶନ ନିଯୁକ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ଜଣେ ବିଚାରପତିଙ୍କ ଉପରେ ହୋଇଥିବା ଦୁର୍ବ୍ୟବହାର ମାମଲାର ତଦନ୍ତ ପାଇଁ ହାଇକୋର୍ଟ ମଙ୍ଗଳବାର ଅବସରପ୍ରାପ୍ତ ବିଚାରପତି ଏ.ଏସ୍ ନାଇଡ଼ୁଙ୍କୁ ନିଯୁକ୍ତ କରିଛନ୍ତି ।

ଆସନ୍ତା ତିନି ମାସ ମଧ୍ୟରେ ଏହି ଘଟଣାର ରିପୋର୍ଟ ଦେବାକୁ କୋର୍ଟନିର୍ଦ୍ଦେଶ ଦେଇଛନ୍ତି । ନାଇଡ଼ୁଙ୍କ ନିଯୁକ୍ତି ପାଇଁ ପୂର୍ବରୁ ହାଇକୋର୍ଟ ପରାମର୍ଶ ଦେଇଥିଲେ ଓ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଥିଲେ ।

କେଉଁ ପରିସ୍ଥିତିରେ ବିଚାରପତିଙ୍କୁ ପୋଲିସ ମାଡ ମାରିଲା, ପୋଲିସ ତା’ର ଦାୟିତ୍ୱ ଠିକ୍ ଭାବେ ତୁଲାଇଛି କି ନାହିଁ, ସେସବୁ ବିଷୟରେ କମିଶନ ତଦନ୍ତ କରିବେ ବୋଲି ଗୃହ ସଚିବ ଉପେନ୍ଦ୍ରନାଥ ବେହେରା କହିଛନ୍ତି ।

ଏସ୍ଡ଼ିଜେଏମ୍ ଦାୟିତ୍ୱରେ ଥିବା ଅରୁଣ କୁମାର ପଟ୍ଟନାୟକଙ୍କୁ ଗତ ୨ ତାରିଖ ରାତିରେ ଉଦିତନଗର ଥାନା ଆଇଆଇସି ସାନନ୍ଦ ପୂଜାରୀ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହି ଘଟଣା ପରେ ବିଭିନ୍ନ ଓକିଲ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ସଂପୃକ୍ତ ଥାନା ଅଧିକାରୀଙ୍କୁ ଗିରଫ ଏବଂ ଏସ୍ପିଙ୍କ ବଳି ।ବିରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ୬ ତାରିଖରେ ଗୃହ ସଚିବ ଓ ରାଉରକେଲା ଏସ୍ପି ବିଚାରପତିଙ୍କୁ ପୋଲିସର ଦୁର୍ବ୍ୟବହାର ଅଭିଯୋଗ ସଂପର୍କରେ ଷ୍ଟାଟସ ରିପୋର୍ଟ ଦେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version