Site icon Odisha.com

ମହିଳା ମାଓବାଦୀର ଆତ୍ମସମର୍ପଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କୋରାପୁଟ,ଅପ୍ରେଲ ୨୭(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ପୋଲିସ ନିକଟରେ ବୁଧବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ପୋଲିସଦ୍ୱାରା ଗିରଫ ହୋଇଥିବା ମାଓନେତା ଘାସିର ପତ୍ନୀ ପୁଷ୍ପା ଆତ୍ମସମର୍ପଣ କରିଥିବା ବେଳେ ସେ ଦାମନଯୋଡ଼ି, ଆର୍.ଉୟଗିରି ଆକ୍ରମଣ,କାଲିମେଳା ଗୁଳିକାଣ୍ଡରେ ସଂପୃକ୍ତ ଥିବା ସେ କହିଛନ୍ତି ।

ଘାସି ଗିରଫ ହେବାପରେ ଅସୁସ୍ଥତା ଯୋଗୁଁ ସେ ଆତ୍ମସମର୍ପଣ କରିଥିବା ଏକ ସାମ୍ବାଦିକ ସମିଳନୀରେ କ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।

ସେ ୨୦୦୫ରେ ମାଓବାଦୀ ସଂଗଠନରେ ସାମିଲ ହୋଇ ଓଡ଼ିଶା ମିଲିସିଆ ଗ୍ରୁପ ଏବଂ ଓଡ଼ିଶା-ଆନ୍ଧ୍ର ଜନନାଟ୍ୟ ମଣ୍ଡଳୀର ମୁଖ୍ୟ ଦାୟିତ୍ୱରେ ଥିଲା ବୋଲି ସେ କହିଛନ୍ତି । ତାକୁ ଧରାଇ ଦେବାକୁ ଆନ୍ଧ୍ର ସରକାର ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version