ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ଜାତୀୟ ଗ୍ରାମୀଣ ନିୟମିତ କର୍ମ ନିଯୁକ୍ତି ଯୋଜନା (ଏନ୍ଆର୍ଇଜିଏ୍)ରେ ହୋଇଥିବାରୁ ଦୁର୍ନୀତିଅଭିଯୋଗର ତଦନ୍ତ ଛଅଟି ଜିଲ୍ଲାରେ କରିବ ବୋଲି ସିବିଆଇ ସୁପ୍ରିମ କୋର୍ଟକୁ ଜଣାଇଛି ।
ଏହି ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଦିଲ୍ଲୀର ଏକ ସ୍ବେଚ୍ଛାସେବୀସଂଗଠନ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲା ।
ଗତ ଗୁରୁବାର ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏନ୍ଆର୍ଇଜିଏସ୍ରେ ହୋଇଥିବା ଦୁର୍ନୀତି ସଂପର୍କରେ ଶୁଣାଣି ହୋଇଥିଲା । ସମସ୍ତ ରାଜ୍ୟରେ ଏହି ତଦନ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଖରଜ କରିଦେଇଛନ୍ତି ।
ଏହି ଯୋଜନାରେ ଗତ ୨୦୦୬-୦୭ରେ ଛଅଟି ଆଦିବାସୀ ଜିଲ୍ଲାରେ ପ୍ରାୟ ୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସେଣ୍ଟର ଫର୍ ଏନ୍ଭାଇରୋମେଣ୍ଟ ଆଣ୍ଡ ଫୁଡ଼ ସିକ୍ୟୁରିଟି (ସିଇଏଫ୍ଏସ୍) ଅଭିଯୋଗ କରିଥିଲା ।
କୋର୍ଟଙ୍କ ନିର୍ଦ୍ଦେଶ ପରେ ତନ୍ତକାରୀ ସଂସ୍ଥା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ରାୟଗଡ଼ା, ପୂଆପଡ଼ା ଓ ନବରଙ୍ଗପୁର ଜିଲ୍ଲାରେ ତଦନ୍ତ କରିବ ।
ଗତ ଅପ୍ରେଲ ୪ରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଏହି ଯୋଜନାରେ ହୋଇଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ସିବିଆଇ ପତ୍ର ଲେଖିଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply