Site icon Odisha.com

ଗୁଳି ବିନିମୟରେ ମହିଳା ମାଓବାଦୀ ମୃତ

ଓଡ଼ିଶା ଡ଼ଟ୍ କମ୍ : ରତ୍ନାକର ଦାଶ

ମାଲକାନଗିରି, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାର ଏକ ଜଙ୍ଗଲ ନିକଟରେ ରବିବାର ପୋଲିସ ସହ ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଜିଲ୍ଲା ପୋଲିସ, ଏସ୍ଓଜି ଯବାନମାନେ ଯାଉଥିବା ବେଳେ ଓରକେଲ ଥାନା ଅନ୍ତର୍ଗତ ତେନ୍ତୁଳିପର ଗ୍ରାମ ନିକଟରେ ମାଓବାଦୀଙ୍କ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା ।

ମାଓବାଦୀମାନେ ପ୍ରଥମେ ଗୁଳି ଚଲାଇବା ପରେ ପୋଲିସ ପାଲଟା ସେମାନଙ୍କ ଉପରକୁ ଗୁଳି ଚଲାଇଥିଲା, ଡ଼ିଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓଡ଼ିଶା ଡ଼ଟ୍ କମରୁ କହିଛନ୍ତି ।

କିଛି ସମୟ ଗୁଳି ବିନିମୟ ପରେ ମାଓବାଦୀମାନେ ଜଙ୍ଗଲ ଭିତରକୁ ପଳାଇଥିଲେ । ସମସ୍ତ ପୋଲିସ କର୍ମଚାରୀମାନେ ସୁରକ୍ଷିତ ଥିବା ବେଳେ ଜଣେ ପୋଷାକଧାରୀ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ସେ କହିଛନ୍ତି ।

ପୋଲିସ ଘଟଣାସ୍ଥଳରୁ କେତେକ ଜୀବନ୍ତ ଲ୍ୟାଣ୍ଡମାଇନ, ଗ୍ରେନେଡ଼ ଓ ଗୁଳି ଜବତ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version